ସଂଗ୍ରାମୀ ସାରଙ୍ଗ ଧର ଙ୍କର ସ୍ମୃତି ଉପଲକ୍ଷେ ଶାନ୍ତିଧାମ ଯାନ ଲୋକାର୍ପିତ !

ଢ଼େଙ୍କାନାଳ : ରାସୋଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ସଂଗ୍ରାମୀ ସାରଙ୍ଗ ଧର ଙ୍କର ସ୍ମୃତି ଉପଲକ୍ଷେ ଆଗେଇବା ପରିବାର ଓ ଆମ ପ୍ରତିଭା ଆମ ସମ୍ମାନ ସଂଗଠନ ପକ୍ଷରୁ ନବ ନିର୍ମିତ ସ୍ବେଚ୍ଛାସେବୀ ସଂଗଠନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ) ରାସୋଳ କୁ ଦାୟୀତ୍ବ ପ୍ରଦାନ ପୂର୍ବକ ସର୍ବସାଧାରଣ ଙ୍କ ସେବା ନିମିତ୍ତ ଶାନ୍ତିଧାମ ଯାନ ଲୋକାର୍ପିତ କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହିନ୍ଦୋଳ ବ୍ଲକ ଉପାଧ୍ୟକ୍ଷ ବରୁଣ କୁମାର ସର , ସମ୍ମାନୀୟ ଅତିଥି ସାଂସଦ ମହେଶ ସାହୁ ମହୋଦୟ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ହିନ୍ଦୋଳ ପୌରପାଳିକା ଅଧ୍ୟକ୍ଷା ରୀନା ବେହେରା ,ରାସୋଳ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଦିବାକର ନାଏକ ,ଜନ ମଙ୍ଗଳ ସଂଗଠନ ର ଉପଦେଷ୍ଟା ତଥା ରାସୋଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଦୟା ନିଧି ପୃଷ୍ଟି , ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଖଜୁରିଆ କଟା ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସାଗର ପ୍ରଧାନ , ରାସୋଳ ଅଗ୍ନିଶମ ବିଭାଗ ର ଭାରପ୍ରାପ୍ତ ଅଧିକାରୀ ଧନୀରାମ ମୁଣ୍ଡା ,ଆମ ପ୍ରତିଭା ତଥା ଆମ ସମ୍ମାନ ର ସଭାପତି ତଥା ଜନ ମଙ୍ଗଳ(ରାସୋଳ) ସଂଗଠନ ର ଆଜୀବନ ସେବକ ଏବଂ ପୂର୍ବତନ ହିନ୍ଦୋଳ ବ୍ଲକ ଅଧକ୍ଷ ପ୍ରିୟ ରଞ୍ଜନ ମାହୁନ୍ତ ,ଜନ ମଙ୍ଗଳ (ରାସୋଳ)ସଂଗଠନ ର ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ ସମାଜ ସେବୀ,ପରିବେଶବିତ୍,ସୁସାହିତ୍ଯିକ, କବି ରତିକାନ୍ତ ଗଡନାୟକ ମହୋଦୟ ଏବଂ ହିନ୍ଦୋଳ ବ୍ଲକ ର ପ୍ରାୟ ସମସ୍ତ ପଞ୍ଚାୟତ ର ସରପଞ୍ଚ,ଜିଲ୍ଲା ପରିଷଦ,ସମିତି ସଭ୍ୟ/ସଭ୍ଯା,ସରକାରୀ, ବେସରକାରୀ ସଂସ୍ଥା ର ମୂଖ୍ୟ ଆଦି ବହୁ ମାନ୍ଯଗଣ୍ଯ ବ୍ୟକ୍ତିବିଶେଷ ଯୋଗଦାନ କରିଥିଲେ।


ଉକ୍ତ କାର୍ଯ୍ୟକ୍ରମରେ ସଂଗଠନ ର ସମସ୍ତ ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ରହି ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ପ୍ରଶାନ୍ତ କୁମାର ଦାଶ ଙ୍କ ନେତୃତ୍ବରେ ଉପ ସଭାପତି ପ୍ରଦୀପ ନାୟକ,ସହ ସମ୍ପାଦିକା ପ୍ରଭାସିନୀ ସାହୁ,ସଂଯୋଜକ ନିରାକାର ବୈଦ୍ୟ, ସହ ସଂଯୋଜକ ସୁନିଲ୍ ପାତ୍ର,କୋଷାଧ୍ୟକ୍ଷ ଭରତ ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ ପରିଚାଳିତ କରିଥିଲେ । ଶାନ୍ତିଧାମ ଯାନ କୁ ହିନ୍ଦୋଳ ଅଞ୍ଚଳ ର ସର୍ବସାଧାରଣ ଙ୍କ ସେବା ନିମିତ୍ତ ଲୋକାର୍ପିତ କରାଯାଇଥିଲା। ପରିଶେଷରେ ମୁଖ୍ୟ ସଂଗଠକ ବିଭୁପ୍ରସାଦ ଶତପଥୀ ଧନ୍ଯବାଦ ଅର୍ପଣ କରିବା ସହିତ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

Leave A Reply

Your email address will not be published.

twenty − six =