ଢେଙ୍କାନାଳ : ବ୍ରଜନାଥ ବଡ଼ଜେନା ହାଇସ୍କୁଲରେ ଛାତ୍ର-ଶିକ୍ଷକ ସମ୍ମିଳନୀ – ୨୦୨୨ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ବହୁ ପୁରାତନ ଛାତ୍ରୀଛାତ୍ର, ଅଧ୍ୟୟନରତ ଶିକ୍ଷାର୍ଥୀ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ କଳା ଶିକ୍ଷକ ତଥା ନାଟ୍ୟକାର ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ କହିଲେ , ଗୁରୁ-ଛାତ୍ର ସମ୍ପର୍କ ଏବଂ ଅତୀତର ଅଭୁଲା ସ୍ମୃତିଚାରଣ ହିଁ ଶିକ୍ଷା ଓ ଶିକ୍ଷାୟତନ ବିକାଶର ମୂଳମନ୍ତ୍ର। ମୁଖ୍ୟବକ୍ତା ଭାବେ ପୂର୍ବତନ ଛାତ୍ର ତଥା ଢେଙ୍କାନାଳ ସଚେତନ ନାଗରିକ ଫୋରମର ବରିଷ୍ଠ ସଦସ୍ୟ ଭରତକୁମାର ଦାସ ଯୋଗଦେଇ ଥିଲେ।
ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ମାଗଦର୍ଶନରେ ସହକାରୀ ଶିକ୍ଷୟିତ୍ରୀ ବିଜୟ ରଶ୍ମି ମିଶ୍ର ସଭାପତିତ୍ୱ କରିଥିଲେ। ଛାତ୍ରୀ ଶୁଭ ସ୍ମିତା ସାହୁ, ଛାତ୍ର ଆଶୁତୋଷ ତ୍ରିପାଠୀ, ଶିକ୍ଷକ ଇତିଶ କୁମାର ବରାଳ, ଡ. ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଡ. ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ ।