ବ୍ରଜନାଥ ବଡ଼ଜେନା ହାଇସ୍କୁଲରେ ଗୁରୁଦିବସ ଅବସରରେ ମାଟ୍ରିକ ପରୀକ୍ଷା-୨୦୨୨ର ‘ଏ-୧’ ଗ୍ରେଡଧାରୀଙ୍କୁ ସମ୍ବର୍ଦ୍ଧିତ !

ଢେଙ୍କାନାଳ : ବ୍ରଜନାଥ ବଡ଼ଜେନା ହାଇସ୍କୁଲରେ ଗୁରୁ ଦିବସ ଅବସରରେ ଆୟୋଜିତ ମାଟ୍ରିକ ପରୀକ୍ଷା-୨୦୨୨ର
‘ଏ-୧’ ଗ୍ରେଡଧାରୀଙ୍କୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ସମ୍ବର୍ଦ୍ଧିତ କରିଥିଲେ ।

ଏହିଅବସରରେ ସେ ଅଧ୍ୟୟନ ସହିତ ଭଲ ମଣିଷ ହୋଇ ଦେଶମାତୃକା ପାଇଁ ଉତମ କାମ କରିବା ଲାଗି ସଂକଳ୍ପ ନେବାକୁ ଆହାନ୍ୱ ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର (ରାଜସ୍ୱ) ମୁଖ୍ୟବକ୍ତା ଭାବେ ଯୋଗଦେଇ ଗୁରୁ-ଶିଷ୍ୟ ସର୍ମ୍ପକରେ ଉନ୍ନତି, ଶ୍ରଦ୍ଧା, ଭକ୍ତି, ମାର୍ଜିତ ବ୍ୟବହାର ଦ୍ୱାରା ଶିକ୍ଷାର ଗୁଣାତ୍ମକ ବିକାଶ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।

ଜିଲ୍ଲା ପରଷଦି ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଉତ୍ସବରେ ସଭାପତିତ୍ୱ କରି ଜିଲା ଶିକ୍ଷାଧିକାରୀ ନିବେଦିତା ପାଣିଭଲ ମଣିଷ ସୃଷ୍ଟିକରି ରାଷ୍ଟ୍ର ନିର୍ମାଣରେ ସହାୟକ ହେବାକୁଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ ‘ଏ-୧’ ଗ୍ରେଡ୍‌? ହାସଲ କରିଥିବା ୧୮୫ ଛାତ୍ରୀଛାତ୍ରଙ୍କ ସମେତ ସମ୍ପୃକ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଚଳିତ ବର୍ଷ ଜିଲାର ୧୬,୯୯୫ ମାଟ୍ରିକ୍‌?ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୫,୮୫୧ଜଣ ପରୀକ୍ଷା ଦେଇଥିଲେ । ସେଥିରୁ ୧୫,୫୩୪ ପାସ୍‌କରିଛନ୍ତି । ପାସ ହାର ରହିଥିଲା ୯୩.୦୫% ।ସମଦାୟୁ ୨୬୮ ହାଇସ୍କୁଲ ମଧ୍ୟରୁ ୧୪୯ଟିରେ ୧୦୦% ଫଳାଫଳ ହୋଇଥବା ସୂଚନା ଦିଆଯାଇଛି ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । କାନପୁରା ପଞ୍ଚାୟତିରାଜ ହାଇସ୍କଲରୁ ଛାତ୍ରୀଛାତ୍ରମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ବ୍ରଜନାଥ ବଡଜେନା ହାଇସ୍କଲରୁ ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ, ବିଇଓ ବ୍ରହ୍ମାନନ୍ଦ ରାଉତ, ରୁଦ୍ରନାରାୟଣ ସାମଲ, ଶାନ୍ତନୁମଲ୍ଲିକ, ହରହରି ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଜିରାଳ ହାଇସ୍କଲରୁ ଶିକ୍ଷକ ବିପିନ କୁମାର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ସସ୍ମିତା ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

3 × three =