ଢେଙ୍କାନାଳ : ସହର ସ୍ଥିତ ଇସ୍କନ କେନ୍ଦ୍ରଠାରେ ଦୁଇଦିନ ଧରି ରାଧାଷ୍ଟମୀ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।
ରବିବାର ଭୋର ୪ଟାରେ ମଙ୍ଗଳ ଆଳତି ପରେ ପୂର୍ବାହ୍ନ ୮ଟାରେ ଭଜନ କୀର୍ତନ ଅନୁଷ୍ଠିତହୋଇଥିଲା । ରାଧାକୃଷ୍ଣଙ୍କ ଲୀଳା ଉପରେ ପ୍ରେମ କିଶୋର ଦାସ ପ୍ରବଚନ ଦେଇଥିଲେ ।ବହୁ ଶ୍ରଦ୍ଧାଳୁଙ୍କ ଗହଣରେ ଶ୍ରୀରାଧାଗୋବିନ୍ଦଙ୍କ ବିଗ୍ରହରେ ମହାଭିଷେକ ସମ୍ପନ୍ନ ହୋଇଥିଲା । ଠାକରଙ୍କୁ ପଞ୍ଚାମୃତ ସ୍ନାନପରେ ମହାଆଳତି ହୋଇଥିଲା । ଯୁଗଳ ମର୍ତି କୁ ଷୋଡ଼ଶ ଶୃଙ୍ଗାର କରାଯିବା ସହ ୬୦ ପ୍ରକାର ଭୋଗ ଅର୍ପଣ କରାଯାଇଥିଲା । ଦୂରଦୂରାନ୍ତରୁ ଆସିଥିବା ବହୁଶ୍ରଦ୍ଧାଳୁ ଭାବ ପୂର୍ଣ୍ଣ କୀର୍ତନ କରିଥିଲେ । ଶେଷରେ ସାମୂହିକ ମହାପ୍ରସାଦ ସେବନର ଆୟୋଜନ ହୋଇଥିଲା ।