ଢେଙ୍କାନାଳ : ଢେଙ୍କାନାଳ ସଚେତନ ନାଗରିକ ପକ୍ଷରୁ ପରିଚାଳିତ ଡିସିସି ପ୍ଲେ ସ୍କୁଲ୍ର ଶୁଭ ଉଦ୍ଘାଟନ ଢେଙ୍କାନାଳର ଲୋକପ୍ରିୟ ସାଂସଦ ମହେଶ ସାହୁଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଅଛି ।
ଏହି ଉତ୍ସବରେ ସାଂସଦ କହିଥିଲେ ପୁରା ଓଡିଶାରେ କୌଣସି ସ୍ଥାନରେ ବିନ ଶୁଳ୍କରେ ଇଂରାଜୀ ସ୍କୁଲ୍ରେ ପ୍ରବେଶିକା ମିଳିବା ପ୍ରଥମ ଘଟଣା ଅଟେ । ସମସ୍ତଙ୍କର ସହଯୋଗ ଏହି ଈଶ୍ୱରୀୟ କାର୍ଯ୍ୟରେ ରହିବା କଥା । ସ୍କୁଲ୍ର ସଭାପତି ବରିଷ୍ଠ ଆଇନ୍ଜୀବୀ ଦୀପ୍ତିସ ପ୍ରସାଦ ପଟ୍ଟନାୟକ ନିଜର ସଭାପତିତ୍ୱ ଭାଷଣରେ ୧୯୯୨ ମସିହା ଠାରୁ ବହୁ ବାଧାବିଘ୍ନ ମଧ୍ୟରେ ଗତିକରି ଆଗକୁ ଆସିଥିବା ଏହି ବିବେକାନନ୍ଦ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଗଢି ଉଠିଥିବା ସ୍କୁଲ୍ଟି ଓଡିଶାରେ ଏକ ବିରଳ ଘଟଣା ଅଟେ ।
ସଚେତନ ନାଗରିକ ଫୋରମ୍ର ସଂପାଦକ ଭରତ କୁମାର ଦାସ ବ୍ୟୟବହୁଳ ଇଂରାଜୀ ଶିକ୍ଷାକୁ ବିନା ଶୁଳ୍କରେ ସମସ୍ତଙ୍କୁ ପ୍ରବେଶ କଥା କହିଥିଲେ । ଫୋରମ୍ର କାର୍ଯ୍ୟକାରୀ ସଭାପତି ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ର ଫୋରମ୍ ଦ୍ୱାରା କରାଯାଉଥିବା ବିବିଧ ସେବାକାର୍ଯ୍ୟର ବିବରଣୀ ଦେଇଥିଲେ । କାର୍ଯ୍ୟକ୍ରମକୁ ସ୍କୁଲ୍ର ସଂପାଦକ ଆଇନ୍ଜୀବୀ ଗୁପ୍ତେଶ୍ୱର ମିଶ୍ର ସଞ୍ଚାଳନ କରିଥିବା ବେଳେ ସ୍କୁଲ୍ର ମଧ୍ୟକ୍ଷ ପଙ୍କଜ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାଇମାଟି ଯୁବ ଶିକ୍ଷାବିତ୍ ସରପଂଚ ସାଂସଦ ମହେଶ ସାହୁଙ୍କୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡିସିସି ପ୍ଲେ ସ୍କୁଲ୍ର ସମସ୍ତ କାର୍ଯ୍ଯକର୍ତ୍ତା , ଶିକ୍ଷୟିତ୍ରୀଙ୍କ ସମେତ ଫୋରମ୍ର ଅନେକ କାର୍ଯ୍ଯକର୍ତ୍ତା ଉପସ୍ଥିତ ରହିଥିଲେ ।