ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ଦୟଣାବିଲ ପଞ୍ଚାୟତ ଅନ୍ତର୍ଗତ ଗବଗୋଡା ମୌଜାରେ ଆଜକୁ ଦୁଇ ତିନି ବର୍ଷ ହେବ ମୌଜାରେ ଗଢିଉଠିଛି ତ୍ରିଶକ୍ତୀ ରାଇସ୍ ମିଲ୍ ।
ରାଇସ ମିଲର କେମିକାଲ ପାଣି ଧାନ ବିଲରେ ମାଡୁଥିବାରୁ ଧାନ ମୂଳ ପଚି ଯାଉଥିବା ଅଞ୍ଚଳର ଚାଷୀମାନେ ଅଭିଯୋଗ କରିଛନ୍ତି I କିନ୍ତୁ ଏହି ରାଇସ ମିଲର ମନମୁଖୀ ଯୋଗୁ ଅଞ୍ଚଳବାସୀ ବହୁ ସମସ୍ୟା ଭିତରେ ଘାଣ୍ଟି ହେଉଛନ୍ତି । ରାଇସ ମିଲର ପାର୍ଶ୍ଵରେ ଗବଗୋଡା ରୁ କଂସରଗୋଡା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଥିବାରୁ ଲୋକମାନେ ଅହ ରହ ଯାତାୟାତ କରୁଛନ୍ତି ଯାହା ଫଳରେ ମିଲ ର ଗୁଣ୍ଡ ରାସ୍ତା ପାର୍ଶ୍ଵକୁ ଛାଡୁ ଥିବାରୁ ଲୋକମାନ ଙ୍କର ଆଖିରେ ପଶି ଦୁର୍ଘଟଣା ମଧ୍ୟ ଘଟୁଛି I ଏପରିକି ମିଲ ମାଲିକଙ୍କୁ ସ୍ଥାନୀୟ ବାସିନ୍ଦା ଯେତେ ଅଭିଯୋଗ କଲେବି ସେ କର୍ଣ୍ଣପାତ କରୁନାହାନ୍ତି ।
ଏପରିକି ରାଇସ ମିଲର ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନକରି କେମିକାଲ ବାହାରେ ମାଡୁ ଥିବାରୁ ଗାଇଗୋରୁ ମାନେ କେମିକାଲ ପାଣି ପିଇ ମୃତ୍ୟୁ ଘଟୁଥିବା ଅଭିଯୋଗ କରୁଛନ୍ତି ଅଞ୍ଚଳବାସୀ । ରାଇସ ମିଲର କେମିକାଲ ପାଣିକୁ ଚାଷୀଙ୍କ ଧାନବିଲରେ ମାଡୁଥିବାରୁ ଧାନ ମୂଳ ପଚି ନଷ୍ଟ ହେବା ସହ ପତ୍ର ହଳଦିଆ ପଡ଼ିଲାଣି । ଯାହାଫଳରେକି ଚାଷୀମାନଙ୍କର ଶହଶହ ଏକର ଧାନ ଫସଲ ଅମଳକୁ ନେଇ ଚିନ୍ତାର କାରଣ ପାଲଟିଛି ।ଯଦି ରାଇସ ମିଲର ମନମାନୀକୁ ଖୁବଶୀଘ୍ର ବନ୍ଦ କରାନଯାଏ ତେବେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବେ ପାଇଁ ଚେତାବନୀ ଦେଇଛନ୍ତି ।
ଏନେଇ ବ୍ଲକ କୃଷି ଅଧିକାରୀ କୁହନ୍ତି ସଠିକ ତଦନ୍ତ ପରେ ଚାଷ କ୍ଷତି ହେଉଥାଏ ତାର ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ତହସିଲଦାର ଙ୍କୁ ଜଣାଇବେ ବୋଲି ମତ ଦେଇଛନ୍ତି I