ଢ଼େଙ୍କାନାଳ : ଭୁବନ ଥାନା ସୁରପ୍ରତାପପୁର ଗାଁରେ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ଜଣେ କଫ ସିରଫ ବେପାରୀକୁ ଗିରଫ କରିଛି ଅବକାରୀ ପୋଲିସ ।
ସୂଚନା ଅନୁଯାୟୀ ସୁରପ୍ରତାପପୁର ଗାଁ ବରସାହିର ଦିଲ୍ଲୀପ ସାମଲ ନିଜ ଘରେ କଫ ସିରଫ ରଖି ବେପାର କରି ଆସୁଥିଲେ । ଛୋଟ ଛୋଟ କୋମଳମତି ଶିଶୁ ଓ ଯୁବକ ମାନେ କଫ ସିରଫ ସଂସ୍ପର୍ଶରେ ଭ୍ରଷ୍ଟ ହେଉଥିଲେ । ଫଳରେ ଅଞ୍ଚଳରେ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଥିଲା । ଯାହାକୁ ନେଇ କାମାକ୍ଷାନଗର ,ଭୁବନ ଓ ପରଜଙ୍ଗ ଅବକାରୀ ବିଭାଗର ମିଳିତ ଚଢ଼ାଉ କରି ବେପାରୀକୁ ଗିରଫ କରାଯାଇଛି । ତେବେ ତାଙ୍କ ପାଖରୁ ୬୧ ଗୋଟି କଫ ସିରଫ ଜବତ କରାଯାଇଛି । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ପୋଲିସ ପକ୍ଷରୁ ସୂଚନା ମିଳିଛି ।