ମହିମା ଗାଦିରେ ନବାନ୍ନ ଉତ୍ସବ ପାଳିତ : ମହିମା ସାଧୁସନ୍ଥଙ୍କ ସମାଗମ !

ଢେଙ୍କାନାଳ : ଯୋରନ୍ଦା ଠାରେ ବିଶ୍ଵ ପ୍ରସିଦ୍ଧ ମହିମାଗାଦିର ଦ୍ୱିତୀୟ ବଡପର୍ବ ନବାନ୍ନ ଉତ୍ସବ ପାଳିତ ହୋଇଛି ।

ଏହି ଉତ୍ସବରେ ୧୦ହଜାରରୁ ଊର୍ଦ୍ଧ୍ୱ ସାଧୁ ଭକ୍ତ ଯୋଗ ଦେଇଥିଲେ । ପ୍ରତିବର୍ଷ ଭାଦ୍ରବ ଶୁକ୍ଳ ପକ୍ଷ ଦ୍ୱିତୀୟା ରେ ଏହି ପର୍ବ ପାଳନ ହେଉଛି । କୋଭିଡ୍ କଟକଣା ଯୋଗୁଁ ଗତ ଦୁଇ ବର୍ଷ ହେଲା ସୀମିତ ସଂଖ୍ୟକ ସାଧୁ ଭକ୍ତଙ୍କୁ ନେଇ ନବାନ୍ନ ଉତ୍ସବ ପାଳିତ ହୋଇଥିଲା ।

କିନ୍ତୁ ଚଳିତ ବର୍ଷ କୋଭିଡ୍ କଟକଣା ନଥିବାରୁ ମହିମାଗାଦିରେ ନବାନ୍ନ ଉତ୍ସବ ପାଳନ କରିବା ଓ ନବାନ୍ନ ପ୍ରସାଦ ଖାଇବା ପାଇଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ସାଧୁଭକ୍ତ ମହିମା ଗାଦିରେ ପହଞ୍ଚିଥିଲେ । ଆଠଗଡ଼ ତରସିଂହ ଅଞ୍ଚଳର ମହିମା ଭକ୍ତ ଭୋଇ ପରିବାର ନୂଆଧାନରେ ତିଆରି ଚୁଡା ପ୍ରଭୁଙ୍କ ପ୍ରସାଦ ପାଇଁ ପ୍ରଦାନ କରିଥିଲେ।

ପ୍ରାତଃ ବ୍ରାହ୍ମମୂହୁର୍ତ୍ତରେ ସାଧୁମାନେ ଅହ୍ମଣିଆ ମଣ୍ଡପରେ ନୂଆଚୁଡା, କଦଳୀ, ନଡ଼ିଆ,ଦହି,ଗୁଡ଼,କାଜୁ, କିସମିସ,ଅଦା, ଗୁଜୁରାତି,ଅଳେଇଚ, ଲବଙ୍ଗ ଓ ବିଭିନ୍ନ ପ୍ରକାର ଫଳମୂଳ ଦ୍ୱାରା ପ୍ରସ୍ତୁତ ସୁସ୍ୱାଦୁ ନବାନ୍ନକୁ ୭ଟି ନୂଆ ମାଟି ହାଣ୍ଡିରେ ସାତ ଜଣ ତ୍ୟାଗୀ ବରିଷ୍ଠ ବକ୍କଳ ଧାରୀ ସନ୍ନ୍ୟାସୀଙ୍କ ଉପସ୍ଥିତିରେ ଅଲେଖ ମହିମା ଡାକ ଦେଇ ମହିମା ସ୍ୱାମୀଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ । ହଜାର ହଜାର ସାଧୁ ଭକ୍ତଙ୍କ ଗହଳି ମଧ୍ୟରେ ସାଧୁସନ୍ଥମାନେ ମହିମା ସ୍ୱାମୀଙ୍କୁ ପ୍ରାର୍ଥନା କରି ଜଗତବାସୀଙ୍କର ମଙ୍ଗଳ କାମନା କରି ପ୍ରୃଥିବୀ ଶସ୍ୟଶ୍ୟାମଳା ହେବା ପାଇଁ ଅଲେଖ ଡାକ ଦେଇଥିଲେ ।

ଖଞ୍ଜଣି ଭଜନ ଗାଇ ମହିମା ସ୍ୱାମୀଙ୍କ ବାଲ୍ୟଲୀଳା ଗୀତି ବୋଲିି ଥିଲେ । ପ୍ରାତଃ ୭ଟା ସମୟରେ ବାଲ୍ୟଲୀଳା ଭୋଗ ବଣ୍ଟନ କରାଯାଇଥିଲା। ପୂର୍ବାହ୍ନ ୯ଘଣ୍ଟା ସମୟରେ ଭୀକ୍ଷାଭଣ୍ଡାର ଠାରେ ପ୍ରସ୍ତୁତ ନବାନ୍ନ ସତସଙ୍ଗ ବିଧିରେ ସନ୍ୟାସୀ ମାନେ ପରସ୍ପର ଆଦାନ ପ୍ରଦାନ କରି ପ୍ରସାଦ ସେବନ କରିଥିଲେ । ଶେଷରେ ହଜାର ସଂଖ୍ୟାରେ ଉପସ୍ଥିତ ସାଧୁଭକ୍ତ, ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀ ମାନେ ପ୍ରସାଦ ସେବନ କରିଥିଲେ । ବକ୍କଳଧାରୀ ମହିମା ସମାଜ ସଭାପତି ସୁକଦେବ ବାବା ଓ ସଂପାଦକ ନିତ୍ୟାନନ୍ଦ ବାବାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ନବାନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । କମିଟି ସଭ୍ୟ ପ୍ରସନ୍ନ ବାବା, ପ୍ରଭାସ ବାବା, ବରିଷ୍ଠ ସନ୍ୟାସୀ ନଟବର ବାବା, ଗଦାଧର ବାବା, ଜୟରାମ ବାବା,ଦୀନବନ୍ଧୁ ବାବା, ସୁବ୍ରତ ବାବା,ସାଧୁ ଅନାମ ଦାସ,ଚୈତନ୍ୟ ଦାସ, ବିଶ୍ୱ।ନନ୍ଦ ଦାସ ପ୍ରମୁଖଙ୍କ ସହାୟତାରେ ନବାନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା ।

କୌପୀନଧାରୀ ମହିମା ସମାଜ ଆନୁକୂଲ୍ୟରେ ବତୀ ମନ୍ଦିରଓ ଅନ୍ୟ ଉପାସନା ପୀଠରେ ପ୍ରଭୁ ମହିମା ସ୍ୱ।ମୀଙ୍କ ଉଦ୍ଦେଶ୍ୟରେ ନବାନ୍ନ ପ୍ରସାଦ ଅର୍ପଣ କରାଯାଇଥିଲା। କୈ।ପୀନଧାରୀ ମହିମା ସମାଜ ସଭାପତି ରଘୁନାଥ ବାବା, ଉପସଭାପତି ସାରଙ୍ଗ ଧର ବାବା,ସମ୍ପାଦକ ସୁଶାନ୍ତ ବାବା , ସହସମ୍ପାଦକ କରୁଣାକର ବାବା, କୋଷାଧ୍ୟକ୍ଷ ଅଭୟ ବାବା ,ବୀଣାକର ବାବା ପ୍ରମୁଖ ନବାନ୍ନ ନୀତି ପରିଚାଳନା କରିଥିଲେ।

Leave A Reply

Your email address will not be published.

17 + nineteen =