ଢ଼େଙ୍କାନାଳ : ଗଁଦିଅ ବ୍ଳକରେ ଦିନକୁ ଦିନ ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟର ପ୍ରତିବାଦ ସ୍ବରୂପ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ୭ ଦଫା ଦାବି ସମ୍ବଳିତ ପ୍ରତିବାଦ କରି ବିଦ୍ୟୁତ ଅଧିକାରୀଙ୍କ କାର୍ଯ୍ୟାଳୟ ଜିଲ୍ଲା ସମ୍ପାଦକ ତଥା ପୋରୁହଖୋଜ ଗ୍ରାମ ପଞ୍ଚାୟତ ସରପଞ୍ଚ ରତିକାନ୍ତ ସାହୁ ଙ୍କର ନେତୃତ୍ୱରେ ଡ଼ଦଳୀୟ କର୍ମୀମାନେ ଘେରାଉ କରିଥିଲେ ।
ଏଥିରେ ଢେଙ୍କାନାଳର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦାନ କରି ଗଁଦିଆ ବ୍ଳକ ପ୍ରତି ବିଦୁତ ବିଭାଗର ଚରମ ଅବହେଳାକୁ ଆଉ ବରଦାସ୍ତ କରାଜୀବନି ଆଗାମୀ ଦିନରେ ଏହାର ଦୃଢ଼ ଜବାବ ଦିଆଯିବ ବୋଲି ମତ ପ୍ରକାଶ କରିଥିଲେ ପ୍ରମୁଖ୭ ଦଫା ଦାବି ଗୁଡିକ ହେଲା ବିନା କାରଣରେ କଟାଯାଉଥିବା ବିଦୁତ ଲାଇନ ମୁ ତୁରନ୍ତ ବନ୍ଦ କରିବା , ଡିଫେକଟିକ ମିଟର ଲଗାଇ ଉପଭୋକ୍ତା ଙ୍କ ଠାରୁ ଅତ୍ୟାଧିକ ବିଲ ଆଦାୟ ବନ୍ଦ କରିବା ,ଉପଭୋକ୍ତା ଙ୍କର ସାମାନ୍ୟତ୍ରୁଟି ପାଇଁ ଆକାଶ ଛୁଆଁ ବିଲ ଆଦାୟ ବନ୍ଦ କରିବା, ବିନା କାରଣରେ ଗ୍ରୀଡ଼ କାର୍ଯ୍ୟ ସ୍ଥଗିତ ରଖିବା, ବିଦ୍ୟୁତ ଲାଇନ ଅସୁବିଧା ବେଳେ କର୍ମଚାରୀ ମାନେ ନଶୁଣିବା ହାତୀ ଉପଦ୍ରବ ଅଞ୍ଚଳରେ ଲାଇନ ଗଲେ ତୁରନ୍ତ ତାହାକୁ ସଜାଡ଼ିବା ଓ କରେଣ୍ଟ ବ୍ୟବହାର କରୁନଥିବା ଉପଭୋକ୍ତା ଙ୍କୁ ସର୍ବନିମ୍ନ ଦେୟ ବଦଳରେ ଅଧିକ ଵିଲ ଲଗାଇବା କୁ ନେଇ ବି ଜେ ପି ରାଜନୀତି ମୈଦାନାରେ ରଣହୁଙ୍କାର ଦେଇଛି ।
ଏଥିରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା , ସମିତି ସଭ୍ୟ ପ୍ରତ୍ୟୁଷ ହରି ପ୍ରଧାନ , ଶତ୍ରୁଘ୍ନ ରାଉତ, ସରପଞ୍ଚ ମାନ ରଞ୍ଜନ ମହାନ୍ତି ,ମଣ୍ଡଳ ସଭାପତି ଶୈଲେନ୍ଦ୍ର ସିଂହ, ଲଳିତ ଦାସ ପ୍ରଦୀପ ଦାସ ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସଜଳେନ୍ଦ୍ର ଜେନା, ସମିତି ସଭ୍ୟ ଦୀପକ ଦାସ ସାମନ୍ତ ପ୍ରମୁଖ ଙ୍କ ସମେତଶତାଧିକ ଦଳୀୟ କର୍ମୀ ଯୋଗଦାନ କରିଥିଲେ ।୧୫ଦିନ ମଧ୍ୟରେ ଯଦି ଉକ୍ତ ସମସ୍ୟା ଗୁଡିକର ସମାଧାନ ନହୁଏ ତାହାଲେ ଦଳ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।