ମହୁଲଖୋଳି ଗ୍ରାହକସେବା କେନ୍ଦ୍ର ପକ୍ଷରୁ ଗ୍ରାହକ ସଚେତନତା ଓ ସୁରକ୍ଷା ବୀମାରାଶି ପ୍ରଦାନ !

ଢେଙ୍କାନାଳ : ଯୋରନ୍ଦା ଷ୍ଟେଟବ୍ୟାଙ୍କ ଅଧିନସ୍ଥ ଦେଓଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲଖୋଳି ଗ୍ରାହକ ସେବା କେନ୍ଦ୍ର ପରିସରରେ ଏକ ଗ୍ରାହକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ଗ୍ରାହକ ସେବା କେନ୍ଦ୍ରର ମହିଳା ସତ୍ୱାଧିକାରିଣୀ  ମୋନାଲିସା ରାଉତଙ୍କ ଉଦ୍ୟମରେ ଅନୁଷ୍ଠିତ ଏହି ସଚେତନତା ଶିବିରରେ ମହୁଲଖୋଳି, ଗୋପାଳପୁର ଓ ଚନ୍ଦ୍ରଶେଖରପୁର ଗ୍ରାମର ଜନସାଧାରଣ,ସ୍ୱୟଂ ସହାୟକ ଗୋଷ୍ଠୀ, ସିରାପି ଓ ହିତାଧିକାରୀମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ ସକ୍ରିୟ ଓ ସୁରକ୍ଷା ବୀମା ଯୋଜନା ସମ୍ପର୍କରେ ସଚେତନତା କରାଯାଇଥିଲା ।

  ଭାରତୀୟ ଷ୍ଟେଟବ୍ୟାଙ୍କ ଯୋରନ୍ଦା ଶାଖା ପରିଚାଳକ ସୁକାନ୍ତ କୁମାର ସାହୁ, ଏଫଏଲସି ର ମ୍ୟାନେଜର ଗୋପୀନାଥ ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଗ୍ରାହକସେବା କେନ୍ଦ୍ରର ଜିଲ୍ଲା ସଂଯୋଜକ ବିମଳ କୁମାର ପଣ୍ଡା, ଯୋଗଦେଇ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଯୋଜନା, ଜିବନଜ୍ୟୋତି ବୀମା ଯୋଜନା ସମ୍ପର୍କରେ ଉପସ୍ଥିତ ଗ୍ରାହକ ମାନଙ୍କୁ ବୁଝାଇଥିଲେ ।

କାର୍ଯ୍ୟକ୍ରମରେ ମହୁଲଖୋଳି ଗ୍ରାମର ହିତାଧିକାରୀ ସରୋଜ ନାୟକ ଙ୍କୁ ବୀମାରାଶି ବାବଦକୁ ୨ ଲକ୍ଷ ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରାଯାଇଥିଲା । ଗ୍ରାହକ ସେବା କେନ୍ଦ୍ରର ସହ ପରିଚାଳକ ଗୋପବନ୍ଧୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

fifteen + fifteen =