ଗୁଣ୍ଡିଚାପଡା ଠାରେ ଅହମ୍ମଦିୟା ମୁସଲିମ ପ୍ରତିଷ୍ଠା ଦିବସ ପାଳନ !

ଢେଙ୍କାନାଳ : ସହର ଉପକଣ୍ଠ ଗୁଣ୍ଡିଚାପଡା ସ୍ଥିତ ଜାମା ମସଜିଦ ଠାରେ ଅହମ୍ମଦିୟା ମୁସଲିମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି ।

ଏହି ଅବସରରେ ଜାମା ମସଜିଦ ଠାରେ ଏକ ଧର୍ମସଭା ଅନୁଷ୍ଠିତ ହୋଇଯାଇଛି । ଗୁଣ୍ଡିଚାପଡା ଅହମ୍ମଦିୟା ମୁସଲିମ ଜମାଅତର ସଭାପତି ସୁଲେମାନ ଅଲ୍ଲୀ ଖାଁ ଏହି ସମ୍ମିଳନୀରେ ପୌରୋହିତ୍ୟ କରିଥିଲେ । ଶେଖ ତନୱିର କୋରାନ ପାଠ କରିଥିବା ବେଳେ ଆକସର ଉଦ୍ଦିନ, ଶେଖ ସଫିଲ, ଶେଖ ଅଜିତ, ଜାହିଦ ଖାଁ , ଶେଖ ସୈଫୁର, ରମଜାନ ବକ୍ସ, ମହମୁଦ ଖାଁ ଆଦି (ନଜମ) ସଂଗୀତ ପରିବେଷଣ କରିଥିଲେ ।

ଏତଦ୍ ବ୍ୟତୀତ ଶେଖ ଜହୀର, ଶେଖ ବସିର, ଅୟୁବ କାଁ, ସିରାତୁନ୍ନବି, ସଲିମ ଉଦ୍ଦିନ ଖାଁ ପ୍ରମୁଖ ଭାଷଣ ଦେଇଥିଲେ । ମୁଖ୍ୟ ବକ୍ତାଭାବେ ଅହମ୍ମଦିୟା ମୁସଲିମ ମିସନାରୀ ମୌଲବୀ ଲିଆକତ ଅଲ୍ଲୀ ଖାଁ ଅହମ୍ମଦିୟା ମୁସଲିମ ପ୍ରତିଷ୍ଠା ଦିବସ ବିଷୟରେ ସବିସ୍ତାର ବର୍ଣ୍ଣନା କରିଥିଲେ । ପରିଶେଷରେ ସଭାପତି ନିଜ ଅଭିଭାଷଣରେ କହିତିଲେ ଯେ ଅହମ୍ମଦିଆ ମୁସଲିମ ସମ୍ପ୍ରଦାୟ ଗଠନ ଆଜକୁ ୧୩୩ ବର୍ଷ ପୂର୍ବେ ହୋଇଥିଲା ।

ଏହି ସମ୍ପ୍ରଦାୟ ସମାଜରେ ପ୍ରେମ ଶାନ୍ତି ତଥା ମାନବ ବାର୍ତାର ପ୍ରଚାର ପ୍ରସାର, ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୃଢ ସମ୍ପର୍କ ସ୍ଥାପନା କରିବାରେ ନିରନ୍ତର ପ୍ରୟାସ କରି ଆସୁଅଛି । ଅନ୍ତତଃ ସାମୁହିକ ଦୁଆ ପରେ ଏହି ଧର୍ମ ସଭା ଶେଷ ହେଲା । ଏହି ସମାରୋହରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସମ୍ମିଳିତ ହୋଇଥିଲେ ।

Leave A Reply

Your email address will not be published.

4 + 1 =