ଶରଣ ଶ୍ରୀକ୍ଷେତ୍ର ପାଇଁ ଦାରୁ ସଂଗ୍ରହ : ଛେଦନ ପରେ ଶଗଡରେ କ୍ଷେତ୍ର ଅଭିମୂଖେ ପ୍ରଭୁ ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ଦାରୁ !

ଢେଙ୍କାନାଳ : ଓଡାପଡା ବ୍ଲକ ଏକଘରିଆ ଗ୍ରାମ ଶରଣ ଶ୍ରୀକ୍ଷେତର ଶ୍ରୀବିଗ୍ରହ ନିର୍ମାଣ ନିମିତ୍ତ ପବିତ୍ର ଦାରୁ ସଂଗ୍ରହ ପାଇଁ ବନଯାଗ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଦାରୁ ଚିହ୍ନଟ କାର୍ଯ୍ୟ ଶେଷ ହୋଇଛି ।

କପିଳାସ ନିକଟସ୍ଥ ବଣିଆରୁ ମହାପ୍ରଭୁ ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ପବିତ୍ର ଦାରୁ ଚିହ୍ନଟ ହୋଇଥିବା ବେଳେ ଓଡାପଡା ବ୍ଲକ୍ ଧଳପୁର ନିକଟସ୍ଥ ପ୍ରଭୁ ରଣେଶ୍ୱର ମହାଦେବଙ୍କ ପୀଠ ନିକଟରୁ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ଏବଂ ସୁଦର୍ଶନଙ୍କ ଦାରୁ ଠାବ କରାଯାଇଛି ।

ବଣିଆ ଠାରେ ସୂର୍ଯ୍ୟପୂଜା ଓ ଜଜ୍ଞାଦି ନିତୀ ସମାପନ ପରେ ଦାରୁ ଛେଦନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ମହାପ୍ରଭୁ ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ପବିତ୍ର ଦାରୁଙ୍କର ଦୁଇଟି ଶଗଡ ଯୋଗେ ଶରଣ ଶ୍ରୀକ୍ଷେତ୍ର ଅଭିମୂଖେ ଯାତ୍ରା ଆରମ୍ଭ ହୋଇଥିଲା । ଘଣ୍ଟ, ଘଣ୍ଟା, ହରିବୋଲ, ହୁଳହୁଳି, ନାମ ସଂକୀର୍ତ୍ତନ ଓ ଜୟ ଜଗନ୍ନାଥ ଧ୍ୱନୀରେ ଉଛୁଳି ପଡିଥିଲା ସମଗ୍ର ଅଞ୍ଚଳ ।

ବିଭିନ୍ନ ସ୍ଥାନରେ ପଥକୁ ଶ୍ରଦ୍ଧାଳୁ ମାନେ ମହାଦାରୁଙ୍କର ସ୍ୱାଗତ କରିବା ସହିତ ଦର୍ଶନ ଲାଭ କରିଥିଲେ । ସେହିପରି ଶ୍ରୀଜଗନ୍ନାଥ ଓ ଶ୍ରୀସୁଦର୍ଶନଙ୍କ ଦାରୁ ଛେଦନ କାର୍ଯ୍ୟ ସମ୍ପନ୍ନ ହେବ । ପବିତ୍ର ଦାରୁ ମାନେ ମିଳିତ ଭାବେ ଶରଣ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ସମାପ୍ତ କରିବେ ।

ସର୍ବସାଧାରଣ ଦର୍ଶନ ସହିତ ଯଜ୍ଞରେ ପୂର୍ଣ୍ଣାହୂତୀ ଏବଂ ମହାଦାରୁ ମାନଙ୍କର ଗମ୍ଭିରାବିଜେ ନିତି ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୁତ୍ରରୁ ଜଣାଯାଇଛି ।

Leave A Reply

Your email address will not be published.

4 + ten =