ଢେଙ୍କାନାଳ : କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ସୁନ୍ଦରାଖୋଲା ସଂରକ୍ଷିତ ଜଙ୍ଗଲ ନିକଟବର୍ତୀ ଜହ୍ନିତଇଳା ଦନାର ପୋଖରୀ ରେ ଏକ ଅଣ୍ଡିରା ହାତୀର ମୃତ୍ଯୁବରଣ ଘଟିଛି।
ଏହାର ଅନୁମାନିକ ବୟସ ୪ବର୍ଷ ହେବ। ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ବ୍ଯବଚ୍ଛେଦ କରାଇଥିଲେ। ଅନ୍ୟପଟେ ହାତୀ ମୃତ୍ୟୁ ପାଇଁ ବନ ବିଭାଗକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ। ଦୁଇଦିନ ତଳେ ଏକ ପଲରେ ହାତୀ ପାଣି ପିଇବାକୁ ଆସି ଦନାର ପୋଖରୀରେ ଫସି ଯାଇଥିଲା । ପରେ ହାତୀପଲ ଜଙ୍ଗଲକୁ ପଳାଇଥଲେ , ତଥାପି ବନ କର୍ମଚାରୀ ସେମାନଙ୍କ ଉପରେ ନଜର ରଖି ନଥିଲେ । ପୁନବାର୍ର ଏକ ହାତୀ କାଦୁଅରେ ଫସି ମରିଗଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏପରିକି ପଶ୍ଚିମାଞ୍ଚଳର ରେଞ୍ଜର ମୃତହାତୀକୁ ପ୍ରଥମେ ମାଈ ବୋଲି କହିଥିବା ବେଳେ ପରେ ଅଣ୍ଡିରା ବୋଲି ଗଣମାଧ୍ୟମକୁ ସୂଚନା ଦେଇଥଲେ।
ଏଥରୁ ବନ କର୍ମଚାରୀଙ୍କ ହାତୀ ସୁରକ୍ଷା ପ୍ରତି ରହିଥିବା ଆନ୍ତରିକତା କେତେ ତାହା ପଦାରେ ପଡ଼ିଛି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ଏ
ସଂକ୍ରାନ୍ତରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ହାତୀର ମୃତ୍ଯୁବରଣ ତାହା ଅସ୍ପଷ୍ଟ ରହିଛି। ତା’ର ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ। ବ୍ଯବଚ୍ଛେଦ ପରେ ମଧ୍ୟ କାରଣ ଜଣା ପଡିନାହିଁ। ତେଣୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ୱର ଓୟୁଏଟି କୁ ପଠାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।