ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ମଠକରୋଗୋଳା ମହାବିଦ୍ୟଳୟ ସମ୍ମିଳନୀ କକ୍ଷରେ ଭାରତ ସରକାରଙ୍କ ନିର୍ଦ୍ଦେଶିତ ସ୍ଵାଧୀନତା ର ୭୫ ବର୍ଷ ପୂର୍ତ୍ତୀ ଅବସରରେ ‘ହର୍ ଘର୍ ତ୍ରିରଙ୍ଗା ତ୍ରିରଙ୍ଗା ‘ କାର୍ଯ୍ୟକ୍ରମ ଉପଲକ୍ଷ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି l
ଏହି ସଭାକୁ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ଦାଶ ଉଦଘାଟନ କରି ସ୍ଵାଧୀନତା ର ଅମୃତ ମହୋତ୍ସବ ପାଳନ ଅବସରରେ ହର୍ ଘର୍ ତ୍ରିରଙ୍ଗା ତ୍ରିରଙ୍ଗା ର ସଫଳ ରୂପାୟନ ନିମନ୍ତେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଙ୍କୁ ମାର୍ଗଦର୍ଶନ କରିବା ସହ ଦେଶପ୍ରେମ ଓ ଜାତୀୟତା ଭାବନା ଅଖଣ୍ଡ ଭାରତ ଶକ୍ତି ବୋଲି ମତବ୍ୟକ୍ତ କରିଥିଲେ I
ଏହି ଅବସରରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ଉପଲକ୍ଷେ ବିଭିନ୍ନ ତର୍କ ପ୍ରତିଯୋଗିତା, କୁଇଜ୍ ତଥା ପ୍ରବନ୍ଧ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ନେଇ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି I ଏହି କାର୍ଯ୍ୟକ୍ରମ ରେ ଜାତୀୟ ସେବା ଯୋଜନା ରେ ଅଧିକାରୀ ପ୍ରଦିପ୍ତ କୁମାର ସାହୁ, କାର୍ଯ୍ୟକ୍ରମ ଅଧିକାରିଣୀ ଶ୍ରଦ୍ଧାଞ୍ଜଳି ସ୍ଵାଇଁ, ଯୁବ ରେଡକ୍ରସ ଅଧିକାରୀ ପ୍ରଶାନ୍ତ କୁମାର ମିଶ୍ର, ଆଭ୍ୟନ୍ତରୀଣ ଗୁଣବତ୍ତା ପ୍ରକୋଷ୍ଠ ସଂଯୋଜିକା ପ୍ର. ସ୍ବପ୍ନିତା ରାଉତ,ଭାରତ ସ୍କାଉଟ ଗାଇଡ ରୋଭର ଲିଡର ଲଲିତ କୁମାର ବେହେରା, ଲୋଭର ଲିଡର ଅର୍ଚିତା ମହା ମାନସିଂ ଏବଂ ମୋ କଲେଜ ଅଭିଯାନ ସଂଯୋଜିକା ଶୁଭସ୍ମିତା ପ୍ରମୂଖ ହର୍ ଘର୍ ତ୍ରିରଙ୍ଗା ତ୍ରିରଙ୍ଗା ଅଭିଯାନ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ I