ଢ଼େଙ୍କାନାଳ : ଗଛକୁ ରାଖୀ ବାନ୍ଧି ନିଆରା ଢଙ୍ଗରେ ରକ୍ଷାବନ୍ଧନ ଉତ୍ସବ
ପାଳିଛନ୍ତି ସହରର ଯୁବ ପରିବେଶବିତ ଶୁଭ୍ରାଂଶୁ ଶତପଥୀ।
ସବୁଜ ପୃଥିବୀ ଗଠନ ଲକ୍ଷ୍ୟ ନେଇ ସେ ସଦର ବ୍ଲକ କୋଟପାଳ ଗ୍ରାମରେ ଥିବା ଗଛରେ ମଞ୍ଜି ତିଆରି ରାଖୀ ବାନ୍ଧିଥିଲେ। ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଏଭଳି ସମୟରେ ସବୁଜ ପରିବେଶ ସୃଷ୍ଟି ପାଇଁ ସେ ପ୍ରୟାସ ଜାରି ରଖିଛନ୍ତି। ବୃକ୍ଷ ଆମକୁ ସୁରକ୍ଷା ଦେଉଥିବାରୁ ସେମାନଙ୍କ ସୁରକ୍ଷା ମନାସି ରାଖୀ ବାନ୍ଧିଥିବା ଶୁଭ୍ରାଂଶୁ କହିଛନ୍ତି।
ଶୁଭ୍ରାଂଶୁ ଖରାଦିନେ ତୃଷ୍ଣାତୁର ପକ୍ଷୀଙ୍କ ଶୋଷ ମେଣ୍ଟାଇବା ପାଇଁ ମାଟିପାତ୍ରରେ ଜଳବ୍ୟବସ୍ଥା , ପ୍ଲାଷ୍ଟିକ ବର୍ଜନ ଅଭିଯାନ , ସିଡ୍ବଲ୍ ପ୍ରସ୍ତୁତି କର୍ମଶାଳା ଆୟୋଜନ କରି ଛାତ୍ରୀଛାତ୍ର, ଗ୍ରାମବାସୀଙ୍କୁ ସଚେତନ କରାଇ ପ୍ରଶଂସା ପାତ୍ର ହୋଇଛନ୍ତି ।
ପରିବେଶ ସୁରକ୍ଷା ପାଇଁ ତାଙ୍କ ଉଦ୍ୟମକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛନ୍ତି ।