ଓଡାପଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ !

ଢେଙ୍କାନାଳ : ଓଡାପଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିରରେ ୬୦ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥିରୁ ୪୯ଟିର ସମାଧାନ କରାଯାଇଥଲା। ରେଡକ୍ରସ ସହାୟତା ପାଣ୍ଠି ପାଇଁ ୧୨ଜଣ ଆବେଦନ କରିଥିଲେ। ଜିଲ୍ଲାପାଳ ସରୋଜ କୁମାର
ସେଠୀ ଅଭିଯୋଗ ଗୁଡିକର ଶୁଣାଣି କରି ଏହାର ସମାଧାନ କରିଥିଲେ। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଲୋଗାନୟାଗୀ ଦିବ୍ୟା ଭି.ଙ୍କ ସମେତ ଜିଲ୍ଲା ପରଷଦି ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଢେଙ୍କାନାଳ ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, ଓଡାପଡା ବିଡିଓ ଦାଶରଥୀ ଜେନା, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା. ଜ୍ୟୋତିଶଚନ୍ଦ୍ର ମହାପାତ୍ର, ସହକାରୀ ଜିଲ୍ଲାପାଳ(ପିଜି ସେଲ) ସୌମ୍ୟା ଶତଭିଷା , ପିଜିସେଲ ଅଧିକାରୀ ଲଳିତ ମୋହନ ଚୌଧୁରୀ ଓ ଗୋପୀନାଥ ମହାଳକଙ୍କି ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

two + 20 =