ଢେଙ୍କାନାଳ: ସହର ଦେଉଳ ସାହିସ୍ଥିତ ଆଶୀର୍ବାଦ ସ୍ବେଛାସେବୀ ଅନୁଷ୍ଠାନ ଓ ରାଇଜ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ପୁରୁଣା ଜିଲା ପରିଷଦ ହଲଠାରେ ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟ ଅତିଥି ଭାବେ ସଦର ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମହିଳା ବିଜୁଜନତା ଦଳ ସଭାନେତ୍ରୀ ସାଗରିକା ମିଶ୍ର, ଶ୍ରେୟା ଅନୁଷ୍ଠାନର ସମ୍ପାଦକ ଜ୍ୟୋତି ରଞ୍ଜନ ମହାରଣା, ରାଇଜ ଅନୁଷ୍ଠାନ ସମ୍ପାଦକ ସତ୍ୟ ରଞ୍ଜନ ବିଶ୍ୱାଳ ଓ ଆଶୀର୍ବାଦ ସମ୍ପାଦକ ଅମ୍ବିକା ପ୍ରସାଦ ମିଶ୍ର ଯୋଗ ଦେଇ ବାର୍ଷିକ ଉତ୍ସବକୁ ଉଦଘାଟନ କରିଥିଲେ। ପୂର୍ବାହ୍ନ କାର୍ଯ୍ୟକ୍ରମ ସୁଶାନ୍ତ କୁମାର ପାଣି ସଂଯୋଜନା କରିଥିଲେ। ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ନଗରପାଳ ଜୟନ୍ତୀ ପାତ୍ର ଓ ସମ୍ମାନିତ ଅତିଥି ଭାବେ ପୌର ପରଷଦି କାର୍ଯ୍ୟନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ବିଶିଷ୍ଟ ଶିଳ୍ପପତି ବରଦା ପ୍ରସନ୍ନ ନନ୍ଦ, ଆଶୀବାର୍ଦ ଅନୁଷ୍ଠାନର ଚେୟାରମ୍ୟାନ ସାଇ ଆହ୍ଲାଦିନୀ ପୃଷ୍ଟି, ସମ୍ପାଦକ ଅମ୍ବିକା ପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ର ଉପସ୍ଥିତ ସମସ୍ତ ଅତିଥିଙ୍କୁ ସମ୍ମାନିତ କରାଯାଇଥିଲା। ଓଡ଼ାପଡ଼ା ବ୍ଲକ ଚେୟାରମ୍ୟାନ ସସ୍ମିତା ମହାନ୍ତିଙ୍କୁ ସଫଳ ତଥା ଆଦର୍ଶ ନାରୀନେତ୍ରୀ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲାସ୍ତରରେ ମାଟ୍ରିକ ପରୀକ୍ଷାରେ ୫୮୭ (୯୭%) ମାର୍କ ରଖି ପ୍ରଥମ ଓ ରାଜ୍ୟସ୍ତରରେ ୫ମ ସ୍ଥାନ ଅଧିକାର କରିଥିବା ଶ୍ରୀମାନ ଓମ ପ୍ରକାଶ ସାହୁଙ୍କୁ ମାନପତ୍ର ସହିତ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ଫାଇନ ଆର୍ଟ ପାଇଁ ବିଜୟ କୁମାର ସ୍ୱାଇଁ , ପ୍ରବଚକ ଅବନୀ କୁମାର ମିଶ୍ରଙ୍କୁ ସମ୍ମାନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସୁଶ୍ରୀ ରାମେଶ୍ୱରୀ ପଟ୍ଟନାୟକ ସଂଯୋଜନା କରିଥିଲେ। ରାଇଜ ଅନୁଷ୍ଠାନ ସମ୍ପାଦକ ସତ୍ୟ ରଞ୍ଜନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରଥିଲେ ।