ଜିଲ୍ଲାର କୋଭିଡ୍‌ ପରିଚାଳନା ଓ ଉନ୍ନୟନମୁଳକ କାର୍ଯ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଜିଲ୍ଲାପାଳ କାର୍ଯ୍ୟାଳୟ ଓସୱାନ୍‌ କକ୍ଷରେ
ଅପରାହ୍ନରେ ଜିଲ୍ଲାର କୋଭିଡ୍‌ ପରିଚାଳନା ଓ ଉନ୍ନୟନମୁଳକ
କାର୍ଯ୍ୟ ସମୀକ୍ଷା ବେଠକୖ ଅନୁଷ୍ଠିତ ହୋଇଯାଇଛିା

ବୈଠକରେ ଅଧ୍ୟକ୍ଷତା କରି ଜିଳ୍ଲାପାଳ ସରୋଜ କୁମାର ସେଠୀ
ଜିଲ୍ଲାରେ କୋଭିଡ୍‌ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମସ୍ତ ଫ୍ରଣ୍ଟ ଲାଇନ ୱାରକର ଙ୍କ ସମେତ ସ୍କୁଲ, କଲେଜ ପିଲାଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ ବ୍ୟବସ୍ଥା କରିବାକୁ ଉପଜିଲାପାଳ , ସ୍ୱାସ୍ଥ୍ୟ ଅଧିକାରୀ ଓ ବିଡିଓମାନଙ୍କୁ ନିର୍ଦେଶ ଦେଇଥଲେ। କୋଭିଡ୍‌ ନିୟମ ଅନୁପାଳନ ନିମନ୍ତେ ଜନ ସଚେତନତା ସୃଷ୍ଟିକରିବା ସହିତ ଟେଷ୍ଟିଂ ଓ ସମସ୍ତଙ୍କ
ଟିକାକରଣ ଉପରେ ସେ ଗୁରୁତ୍ୱରୋପ କରିଥିଲେ। ନିୟମିତ ବର୍ଷା ହେଉଥିବାରୁ ଜିଲାର ଆଦବାସୀ ଅଧ୍ୟୁଷିତ ଅଞ୍ଚଳରେ କଲେରା ଓ ଡାଇରିଆ ପ୍ରତିଷେଧକ ବ୍ୟବସ୍ଥା ପ୍ରତିଅଧିକ ଗୁରୁତ୍ୱ ଦେବା ପାଇଁ ଅତିରିକ୍ତଜିଲା ଚିକିତ୍ସାଧିକାରୀଙ୍କୁ ପରାମର୍ଶ ଦିଆଯାଇଥଲା।

ଏଥି ନିମନ୍ତେ ଆଶା, ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟକର୍ମୀ, ସମନ୍ୱିତ ଶିଶୁ ବିକାଶ ଅଧିକାରୀ , ସୁପରଭାଇଜର ଓ ବିଡିଓମାନେ ସତର୍କ ରହିବାକୁ କୁହାଯାଇଥଲା। ସମସ୍ତ ନଳକୂଅ ଓ ଖୋଲା କୂଅରେ ନିଶ୍ଚିତ ଭାବେ ବ୍ଲିଚିଂ ପାଉଡର ପକାଇ ବିଶୋଧନର ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଥିଲା। କପିଳାସ ପୀଠ ଓ ସଲଗ୍ନ ଅଞ୍ଚଳକୁ ପରଷ୍କାର ପରିଚ୍ଛନ୍ନ କରିବା ପାଇଁ ଗଁଦିଆ ବିଡିଓଙ୍କୁ ନିର୍ଦେଶ ଦିଆଯାଇଥିଲା।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲାପାଳ ରମେଶଚନ୍ଦ୍ର ସେଠୀ(ସାଧାରଣ), ଜିଲ୍ଲା ପରଷଦି ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟନିର୍ବାହ ଅଧକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ , ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଡା.ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ସଦର ବ୍ଲକ ବିଡିଓ ସୁଧୀର କୁମାର ନାୟକ, ଆପାତକାଳୀନ ଅଧିକାରୀ ସ୍ନିଗ୍ଧାଛାୟା ମହାପାତ୍ର, ତହସିଲଦାର ଅନୁପମା ମୁର୍ମୁ, ଜିଲା ସମାଜ ମଙ୍ଗଳ ଅଧିକାରୀ ସୌଦାମିନୀ ସାହୁ, ସ୍ୱାସ୍ଥ୍ୟ ମିଶନ ପରିଚାଳିକା ସୋନାଲି ପ୍ରିୟଦର୍ଶନୀ , ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ଓସମା ଡି ଆର ଆର କନସଲଟାଣ୍ଟ ସଙ୍ଗୀତା ଦାଶ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ କୁମାର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

5 × one =