୫୫ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ ପକ୍ରିୟାରେ ସିଥିଳତା ହେବାରୁ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ !

ଢେଙ୍କାନାଳ : ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥର ସମ୍ପ୍ରସାରଣ ପକ୍ରିୟା ଦୀର୍ଘ ଦିନ ହେବ ଶିଥିଳ ଅବସ୍ଥାରେ ପଡିରହିଛି।

ଏଠିପ୍ରତି କାହାର ନିଘା ନଥିବା ଜଣା ପଡୁଛି। ରାସ୍ତାରେ ଯାତାୟାତ କରୁଥିବା ବ୍ୟକ୍ତି ରାସ୍ତାରେ ଯିବା ପାଇଁ ଅସୁରକ୍ଷିତ ମନେ କରୁଛନ୍ତି । ଧୂଳିର ମାତ୍ରା ଏତେ ଅଧିକ ଯେ ଦିନ ସମୟରେ କୁହୁଡିର ଭ୍ରମ ସୃଷ୍ଟି କରୁଛି । ତେବେ ବୟସ୍କ ବ୍ୟକ୍ତି, ଶିଶୁ ଓ ରୋଗାକ୍ରାନ୍ତ ବ୍ୟକ୍ତି ଶ୍ଵାସ ଜନିତ ରୋଗରେ ପୀଡିତ ହେଉଛନ୍ତି। ରାସ୍ତା କଡରେ ବସବାସ କରୁଥିବା ଗ୍ରାମ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ରାସ୍ତାରେ ସୃଷ୍ଟି ହୋଇଥିବା ଖାଲ ଏକ ଛୋଟ ପୋଖରୀର ଭ୍ରମ ସୃଷ୍ଟି କରୁଥିବା ବେଳେ ଏହା ଲୋକ ମାନଙ୍କ ପାଇଁ ମରଣ ଯନ୍ତା ପାଲଟିଛି । ଗାଡି ଚାଳକ ଗାଡି ଚଳାଇବା ପାଇଁ ମଧ୍ୟ ଭୟ କରୁଛନ୍ତି। ତେବେ ଏନେଇ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ (ଏନଏଚଏଆଇ ) ଢେଙ୍କାନାଳର ଉଚ୍ଚଧିକାରୀ ବଳଦିଆବନ୍ଧ ଗ୍ରାମ ପଞ୍ଚାୟତର ସରପଞ୍ଚ ନିରୁପମା ହାତୀ ଓ ବଳଦିଆବନ୍ଧ ପଞ୍ଚାୟତ ପ୍ରଗତି ପରିଷଦର ସଭାପତି ଶଙ୍କର୍ଷଣ ଜେନା, ସମ୍ପାଦକ ସନ୍ତୋଷ କୁମାର ଜେନା, ସହ ସମ୍ପାଦକ ଶୁଭ୍ରାଂଶୁ ସାମଲ, ସୁବାଷ କୁମାର ହାତୀ ଓ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସାକ୍ଷାତ ମୂଳକ ଦାବି ଜଣାଇଥିଲେ । ତେବେ ଏହାର ଖୁବଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନ୍. ଏଚ. ଏ. ଆଇ. ର ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.

14 − four =