ଜଙ୍ଗଲରେ ନିଆଁ ଲଗାଇ ବନ୍ୟପ୍ରାଣୀ ଶିକାର ଉଦ୍ୟମ : ଦୁଇ ଅଭିଯୁକ୍ତ ଗିରଫ !

ଢେଙ୍କାନାଳ : ଗଁଦିଆ ଥାନା ଷଡ଼ଙ୍ଗୀ ରେଞ୍ଜ୍‌ ଅନ୍ତର୍ଗତ ଷଡ଼ଙ୍ଗୀ-ଏ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ବନ୍ୟପ୍ରାଣୀ ଶିକାର ଲାଗି ଉଦ୍ୟମ କରୁଥିବା ଅଭିଯୋଗରେ ବନ ବିଭାଗ ଦୁଇ ଜଣଙ୍କୁ ଗିରଫ କରିଛି।

ସେମାନେ ହେଲେ ରାଜକିଶୋରପୁରରୁ ନୀଳମଣି ନାଥ (୨୬) ଏବଂ ଅନନ୍ତ ନାଥ (୫୫) । ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ସର୍ଚଲାଇଟ ଏବଂ ଦିଆସିଲି ବକ୍ସ ଜବତ କରାଯାଇଛି।ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ଲାଗି ବନ ବିଭାଗ ବ୍ୟାପକ ସଚେତନତା ସୃଷ୍ଟି କରୁଥବା ବେଳେ ଶିକାରୀ ମାନେ ମାଂସ ଲୋଭରେ ଏଭଳି ବେଆଇନ କାର୍ଯ୍ୟ କରୁଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି କରିଛନ୍ତି !

Leave A Reply

Your email address will not be published.

3 × two =