ଢ଼େଙ୍କାନାଳ : ହିନ୍ଦୋଳ ବିଧାୟିକା ସୀମା ରାଣୀ ନାଏକ
ହିନ୍ଦୋଳର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ପାଇଁ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସହ ସାକ୍ଷାତ କରିଥିଲେ ।
ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ବନ୍ଦ ହୋଇଯାଇଥିବା ସ୍କୁଲ ଖୋଲିବା ପାଇଁ ଏବଂ ଆବଶ୍ୟକ ଶିକ୍ଷକ ପଦବୀ ପୁରଣ ପାଇଁ ଜିଲ୍ଲାପାଳଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ହିନ୍ଦୋଳର ବିଭିନ୍ନ ଅଞ୍ଚଳର ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ହିନ୍ଦୋଳ ବ୍ଲକ ଏବଂ ଏନଏସିରେ ଅତ୍ୟାଧିକ ହାତୀ ଉପଦ୍ରବକୁ ରୋକିବା ଲାଗି ସୋଲାର ଲାଇଟ,ଟର୍ଚ୍ଚ ଏବଂ ସୋଲାର ବାଉଣ୍ଡରି ପାଇଁ ପାଇଁ ପ୍ରସ୍ତାବ ରଖିବା ସହ ନିକଟରେ ରକଲା ଏବଂ କୁମୁରସିଂଙ୍ଗା ଗ୍ରାମରେ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଯାଇଥିବା ଲୋକମାନଙ୍କର କ୍ଷତିପୂରଣ ବାବଦରେ ଚାରି ଲକ୍ଷ ଲେଖାଏଁ ଅର୍ଥ ରାଶି ଶିଘ୍ର ପ୍ରଦାନ କରିବାକୁ ଜିଲ୍ଲା ବନଖଣ୍ଡ ଅଧିକାରୀ ଙ୍କୁ କହିଥିଲେ। ଢେଙ୍କାନାଳ ରୁ ଅନୁଗୋଳ କୁ ଯାଇଥିବା ୫୫ନଂ ଜାତୀୟ ରାଜପଥ ତୁରନ୍ତ ମରାମତି ପାଇଁ ଆରଡିସି ଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିଥିଲି।
ଏହି କାର୍ଯ୍ୟକ୍ରମରେ ମୋ ଜରଡା ସମିତି ସଭ୍ଯା ଶୁଭଶ୍ରୀ ସାହୁ,ବ୍ଲକ ଉପାଧ୍ୟକ୍ଷ ତଥା ବ୍ଲକ ବିଜେଡି ସଭାପତି ବରୁଣ କୁମାର ସର, ଜରଡା ପଞ୍ଚାୟତ ବିଜେଡି ସଭାପତି ମଳୟ ସାହୁ,ସରୋଜ ପାଢୀ,ପୂର୍ବତନ ସରପଞ୍ଚ ଗୁରୁ ପ୍ରସନ୍ନ ପାଳ,ବାବୁଲି ସାହୁ,ରମେଶ ଗୁରୁ,ବୁନୁ ପ୍ରଧାନ ସମେତ ଦଳୀୟ କର୍ମକର୍ତ୍ତା କର୍ମୀ ଏବଂ ଅଞ୍ଚଳର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।