ସଖୀ ଓ ଚାଇଲ୍ଡ ଲାଇନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ !

ଢେଙ୍କାନାଳ : ଓଡ଼ାପଡ଼ା ବ୍ଲକ ସଭାଗୃହରେ ସଖୀ ଓ ଚାଇଲ୍ଡ ଲାଇନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।

ବିଡିଓ ଦାଶରଥି ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ପ୍ରଶାନ୍ତ କୁମାରଦାସ ସଖୀ ଓ ଚାଇଲ୍ଡ ଲାଇନ୍‌ର କାର୍ଯ୍ୟ ସମ୍ପର୍କ ରେ ସୂଚନା ଦେଇଥିଲେ। ବାଲ୍ୟ ବିବାହ ରୋକିବା , ଯୌନ ନିର୍ଯାତନା, ମହିଳା ଚାଲାଣ, ଘରୋଇ ହିଂସା, ସାଇବର କ୍ରାଇମ, ନିଖୋଜ, ଯୌତୁକ ନିର୍ଯାତନା, ଶିଶୁ ଶ୍ରମିକ, ଭିକ୍ଷାବୃତ୍ତିରେ ନିୟୋଜିତ ମହିଳା ଏବଂ ଶିଶୁଙ୍କୁ ସଖୀ ଓ ଚାଇଲ୍ଡ ଲାଇନ୍‌ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି।

ଓଡ଼ାପଡ଼ା ବ୍ଲକର ୪୧ ମହିଳା ଓ ୭୮ ଶିଶୁଙ୍କୁ ସେବା ପ୍ରଦାନ କରାଯାଇଛି। ବ୍ଲକର ସଖୀ ପକ୍ଷରୁ ୨୪ଟି ଗ୍ରାମରେ ଓ ଚାଇଲ୍ଡ ଲାଇନ୍‌ ପକ୍ଷରୁ୧୧୨ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ସମ୍ମାନିତ ଅତିଥୂ ଭାବେ ଶିଶୁ ବିକାଶ ପ୍ରକଳ୍ପ
ଅଧିକାରୀ ପୁଷ୍ପାଞ୍ଜଳି ପରିଡା ଯୋଗଦେଇ ଲିଙ୍ଗଗତ ଭେଦଭାବ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ।

ବୈଠକରେ ଓଡ଼ାପଡ଼ା ବ୍ଲକର ନିର୍ବାଚିତ ପ୍ରତିନିଧି , ଅଙ୍ଗନୱାଡି ସୁପରଭାଇଜର, କର୍ମୀ, ଏମ୍‌ବିକେ, ସିଆରପି, ଏସଏଚଜି ସଦସ୍ୟ ଯୋଗଦେଇଥିଲେ। ଶୋଭା ଅନୁଷ୍ଠାନର ନିର୍ଦେଶକ ଉଦୟେନ୍ଦୁ ମିଶ୍ର ସ୍ୱାଗତ ଭାଷଣ ଓ ‘ଈଶ୍ୱର’ ଅନଷ୍ଠାନୁ ସମ୍ପାଦକ ରବୀନ୍ଦ୍ର ବେହେରା ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.

2 × three =