ଢ଼େଙ୍କାନାଳ: ଜିଲ୍ଲାରେ ଚଳିତ ଖରିଫ ଫସଲ ନିମନ୍ତେ ସଦର ବ୍ଲକ ସଦେଇବେରେଣୀ ସ୍ଥିତ କଳାକୃତି ଗ୍ରାମ ଠାରେ କୃଷି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ ସରୋଜ କୁମାର ସେଠୀ ଏଥରେ ଅଧ୍ୟକ୍ଷତା କରିଥିଲେ। ଚଳିତ ବର୍ଷ ମୋଟ ଜିଲ୍ଲାରେ ୧ଲକ୍ଷ ୮୩ହଜାର ୮୪୧ ହେକ୍ଟର ରେ ଚାଷ କାର୍ଯ୍ୟ ହେଉଛି। ସେଥରୁ୯୨ ହଜାର ହେକ୍ଟର ରେ କେବଳ ଧାନଚାଷ କରାଯାଉଛି। ବର୍ତ୍ତମାନ ପ୍ରାୟ ୩୫ ହଜାର ହେକ୍ଟର ରେ ବେଉଷଣ ଶେଷ ହୋଇଛି। ବିଭିନ୍ନ ଜଳ ଉତ୍ସ ମାଧ୍ୟମରେ ୧ଲକ୍ଷ ୨ହଜାର ୮୩୧ ହେକ୍ଟର ଜମରେି ଜଳସେଚନ କରାଯିବ। ମୋଟ୩୬ହଜାର ୭୫୩ ମେଟ୍ରିକ ଟନ୍ ଖରିଫ ଫସଲ ଉତ୍ପାଦନ ନିମନେ୍ତ ଲକ୍ଷ୍ୟ ରଖାଯାଇଛି ବୋଲି ଜିଲା ମୁଖ୍ୟ କୃଷି ଅଧକାରୀ ଅଂଶମାନୁ ପଟ୍ଟନାୟକ ସୂଚନା ଦେଇଛନ୍ତି।
ଚାଷୀଙ୍କୁ ଠିକ୍ ସମୟରେ ସାର, କୀଟନାଶକ ଯୋଗାଇ ଦେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଜିଲ୍ଲାରେ କୃଷି ଉତ୍ପାଦନ ନିମନ୍ତେ ପଯ୍ୟାପ୍ର୍ତ ସୁବିଧା ଥିବାରୁ ବ୍ୟାଙ୍କ ସମୂହ ଋଣ ପ୍ରଦାନ ପାଇଁ ଆଗେଇ ଆସିବା ଲାଗି ନାବାର୍ଡର ଏଜିଏମ , ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜରଙ୍କୁ ପରାମର୍ଶ ଦିଆଯାଇଛି। ଅର୍ଗାନିକ ସାର ପ୍ରୟୋଗ, ଯଥାସମ୍ଭବ କମ କୀଟନାଶକ ପ୍ରୟୋଗ, ବୈଷୟିକ ଜ୍ଞାନକୌଶଳ, କୃଷିଯନ୍ତ୍ରପାତି ଏବଂ ବ୍ୟବସ୍ଥିତ ସିଞ୍ଚନ ପ୍ରଣାଳୀ ବ୍ୟବହାର କରି ଚାଷୀଙ୍କ ଆର୍ଥିକମାନଦଣ୍ଡ ସମୃଦ୍ଧ କରିବା ଦିଗରେ ଯତ୍ନବାନ ହେବାକୁ କୃଷି ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ମାଟିର ଉର୍ବରତାରକ୍ଷା ଓ ବଷାଜର୍ଳ ସଂରକ୍ଷଣ ଲାଗି ବିବିଧ କାଯ୍ୟକ୍ରମ ର୍ ହାତକୁ ନେବାକୁ ଗୁରୁତ୍ୱ ଦିଆଯାଇଛି। ସରକାରଙ୍କ କୃଷି ବିକାଶ ସମ୍ପର୍କିତ ସମସ୍ତ ସୁବିଧା ସୁଯୋଗ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଚାଷୀମାନେ ଯେପରି ସୂଚନା ପାଇପାରିବେ , ସେଥି ପ୍ରତି ନଜର ଦେବାକୁ ଗୁରୁତ୍ୱାରୋପ କରାଯାଇଛି। କୃଷି ଉତ୍ପାଦନ ବୃଦ୍ଧି ନିମନ୍ତେ କୃଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।
ଚାଷ ନିମନ୍ତେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ, ନିୟମିତ ବୃଷ୍ଟିପାତର ପରମାଣି ବିଷୟରେ ସୂଚନା ଦେବା, ବଳରାମ ଯୋଜନାରେ ଋଣ ପ୍ରଦାନ ଓ ସମନ୍ୱିତ ଚାଷ ସମ୍ପକରେର୍ ଆଲୋଚନା କରାଯାଇଥଲା।
ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ଗୀତାଶ୍ରୀ ପାଢୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ପରଷଦି ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ନାବାର୍ଡ ଏଜିଏମ ପ୍ରଶାନ୍ତ କୁମାର ଦାସ, ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର ସନୋଜ କୁମାର ସିଂ , ସଦର ବିଡିଓ ସୁଧୀର କୁମାର ନାୟକ, ବିଭିନ୍ନ ଲାଇନ୍ ବିଭାଗ ଅଧିକାରୀ , ବ୍ଲକ କୃଷିଅଧିକାରୀ , ସହକାରୀ କୃଷିଅଧିକାରୀ
ଆଲୋଚନାରେ ଭାଗ ନେଇଥିଲେ।