ହିନ୍ଦୋଳ ବିଧାୟିକା ଲୋକ ମାନଙ୍କ ସହିତ ଆଲୋଚନା ସହ ମୌଳିକ ତଥା ସାମୂହିକ ସମସ୍ୟାକୁ ବୁଝିଲେ !

ଢ଼େଙ୍କାନାଳ : ନିଜିଗଡ ଏବଂ ପାରିକୂଳ ଜିଲ୍ଲାପରିଷଦ ଜୋନର,ବାଉଁଶ ପୋଖରୀ,କନ୍ତାମିଲା,ହାତୁରା,କଂସରା ଏବଂ ଗୁଲେହି ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଲୋକ ମାନଙ୍କ ସହିତ ଆଲୋଚନା କରି ତାଙ୍କର ମୌଳିକ ତଥା ବ୍ୟକ୍ତିଗତ ଏବଂ ସାମୂହିକ ସମସ୍ୟାକୁ ବୁଝିଥିଲେ ।

ତାଙ୍କ ସହ ଗ୍ରସ୍ତ କରିଥିବା ନବ ନିଯୁକ୍ତ ବିଡିଓ ହିନ୍ଦୋଳ ଶିବ ଶଙ୍କର ମିଶ୍ର, ଏଇଇ, ଏଇ,ଜେଇ ପିଇଓ ଏବଂ ଜିିଆରଏସଙ୍କୁ ନିର୍ଦ୍ଦେଶ ଦେଇଥିଲେ ସମସ୍ୟା ଗୁଡିକୁ ସମାଧାନ କରିବା ପାଇଁ।ଖୁବ କମ ଦିନ ମଧ୍ଯରେ ବିଧବା,ବିକଳାଙ୍ଗ ଏବଂ ଅସହାୟ ବ୍ୟକ୍ତିଙ୍କୁ ଭତ୍ତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏମଜି, ଏନଆରଇଜିଏସ ମାଧ୍ୟମରେ ଅନୁନ୍ନତ ରାସ୍ତା,ବିଛିନ୍ନ ରାସ୍ତା ଏବଂ ପୋଲ ନିର୍ମାଣ ପାଇଁ ଜନସାଧାରଣଙ୍କୁ ବିଧାୟିକା ପ୍ରତିଶୃତି ଦେଇଥିଲେ।

ସମସ୍ତ ପଞ୍ଚାୟତର ୫-ଟି ସ୍କୁଲ ଗୁଡ଼ିକୁ ବୁଲି ଦେଖିବା ସହ ପିଲା ଏବଂ ଶିକ୍ଷକଙ୍କ ସହ ସ୍କୁଲର ଉନ୍ନତିକରଣ ବିଷୟରେ ଆଲୋଚନା ସହ ରୂପାନ୍ତରୀକରଣ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ସମସ୍ତ ସ୍କୁଲ ଗୁଡିକ ର ରୂପାନ୍ତରୀକରଣ କରିବା ପାଇଁ ପ୍ରତିଶୃତିବଦ୍ଧ ବୋଲି କହିଥିଲେ।

ଏହା ପରେ କନ୍ତିମିଲି ପଞ୍ଚାୟତର କୁମୁରସିଂଙ୍ଗା ଗ୍ରାମରେ ହାତି ଆକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଘରକୁ ଯାଇ ସମବେଦନା ଜଣାଇବା ସଙ୍ଗେ ସରକାରଙ୍କ ଦ୍ଵାରା ମିଳିବାକୁ ଥିବା ୪ଲକ୍ଷ କ୍ଷତିପୂରଣ ରାଶି ପାଇବାର ବ୍ୟବସ୍ଥା କରାଇଥିଲେ। ଏବଂ ଏହା ପରେ କୁମୁରୁସିଂଙ୍ଗା ଗ୍ରାମରେ ଲୋକ ମାନଙ୍କ ସହିତ ତାଙ୍କ ସୁଖ ଦୁଃଖ ବୁଝି ତାଙ୍କର ବହୁ ଦିନର ଦାବି ଥିବା ରାସ୍ତା କୁମୁରୁସିଂଙ୍ଗାରୁ ଦୁଦୁରକୋଟ ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ନିର୍ମାଣ କରିବା ପାଇଁ ବିଧାୟିକା ତାଙ୍କ ପାଣ୍ଠିରୁ ରାଶି ପ୍ରଦାନ କରିବାକୁ ପ୍ରତିଶୃତି ଦେଲେ।

ଏହି କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତର ସରପଞ୍ଚ, ସମତି ସଭ୍ଯ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଶ୍ମିତାରାଣୀ ନାୟକ, ଉପାଧ୍ୟକ୍ଷ ତଥା ବ୍ଲକ ବିଜେଡ଼ି ସଭାପତି ବରୁଣ ସର,ଏନଏସି ଯୁବ ବିଜେଡ଼ି ସଭାପତି ରୁଦ୍ର ନାରାୟଣ ପ୍ରସାଦ ଦାସ, ବ୍ଲକ ଛାତ୍ର ବିଜେଡ଼ି ସଭାପତି ପରେଶ ରାଉତ, ବ୍ଲକ ଯୁବ ବିଜେଡି ଉପସଭାପତି ରାମଚନ୍ଦ୍ର ଆଚାର୍ଯ୍ଯ, ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ସୁବ୍ରତ ଆଚାର୍ଯ୍ଯ, ଜିଲ୍ଲା ବିଜେଡ଼ି ସମ୍ପାଦକ ଅକ୍ଷୟ କୁମାର ସାହୁ,ଆତ୍ମା ଅଧ୍ୟକ୍ଷ ପ୍ରଦିପ କୁମାର ସାହୁ,ଗୌତମ ସାହୁ,ସନ୍ତୋଷ କୁମାର ସାହୁ,ମନୋଜ ସାହୁ,କିଶାନ ପଟ୍ଟନାୟକ,ଦୁଃଶାସନ ନାୟକ ଆଦି ଦଳୀୟ ପଦାଧିକାରୀ ଓ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.

three − 2 =