ଢେଙ୍କାନାଳ : ସହରରେ ମୃଦୁ ପାନୀୟରେ ନିଶା ଦେଇ ଲୁଟ୍
ମାମଲା ବଢ଼ିବାରେ ଲାଗିଛି। ସପ୍ତାହକ ମଧ୍ୟରେ ଏଭଳି ୪ଟି
ଘଟଣା ସହରବାସୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି।
ଅଭିଯୁକ୍ତମାନେ ବ୍ୟବସାୟୀଙ୍କୁ ଟାଗେର୍ଟ୍ କହୁଛନ୍ତି। ମଧ୍ୟାହ୍ନ
ସମୟରେ ଦୋକାନୀ ଏକୁଟିଆ ଥିବା ଦେଖିଲେ ତାଙ୍କ ପାଖକୁ ଯାଇ ବିଭିନ୍ନ ବିଷୟରେ ଆଲୋଚନା କରୁଛନ୍ତି। କୌଶଳ କ୍ରମେ
ତାଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଦୋକାନରେ କଳାକନା
ବୁଲାଉଛନ୍ତି। ୪ଦିନ ତଳେ ଦେଉଳସାହି ଅଞ୍ଚଳର ଜଣେ
ବ୍ୟକ୍ତିଙ୍କ ଠାରୁ ଏଭଳି ଢଙ୍ଗରେ ଲୁଟ୍ ହୋଇଥଲେ। ସେହିପରି ୩ଦିନତଳେ ଟାଉନ ଥାନା ନିକଟ ରାସ୍ତାକଡ଼ରେ ଜଣେ ଛତୁ ବ୍ୟବସାୟୀଙ୍କୁ ଅନୁରୂପ ଢଙ୍ଗରେ ଲୁଟିଥିଲେ ଦୁବୃର୍ତ୍ତ। ସମ୍ପୃକ୍ତ ଦୋକାନୀଙ୍କୁ ଦୁର୍ଗାବଜାର ଅଞ୍ଚଳରୁ ଉଦ୍ଧାର କରାଯାଇ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥଲା। ସେହିପରି ଗଣେଶ ବଜାରର ପରିବା ବ୍ୟବସାୟୀ ବ୍ରଜକିଶୋର ବେହେରାଙ୍କ ନିକଟରେ କେତେଜଣ ବ୍ୟକ୍ତି ପହଞ୍ଚି ପରିବା ନେବାକୁ ଆଲୋଚନା କରିଥଲେ। ପରେ ମୃଦୁପାନୀୟରେ ନିଶା ଦେଇ ଟଙ୍କା ପଇସା ଲୁଟିନେଇଥଲେ। ଅପରାହ୍ନରେ ବ୍ରଜକୀଶୋରଙ୍କୁ ଚେତାଶନ୍ୟୂ ଅବସ୍ଥାରେ ରାମେଶ୍ୱରପୁର ସିମିଳିଆ ଓଭରବ୍ରିଜ୍ ନିକଟରୁ ପରିବାର ଲୋକେ ଠାବ କରିଥିଲେ। ଏ ସଂକ୍ରାନ୍ତରେ ତାଙ୍କ ପୁଅ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଅନୁରୂପ ଭାବେ ପୁନର୍ବାର ଏପରି ଶିକାର ହୋଇଛନ୍ତି ଜଣେ ବେପାରୀ ।
ସହରରେ ନିଶା ଦିଆ ଲୁଟେରାଙ୍କ ଦୌରାତ୍ମ୍ୟ ବଢୁଥିବାବେଳେ ପୋଲିସ ର ମୁଣ୍ଡବ୍ୟଥା ବଢ଼ିଛି। ଅଭିଯୁକ୍ତଙ୍କୁ ଧରିବା ଲାଗି ତନାଘନା ଚାଲିଥିବା ଟାଉନ ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।