ବାଘ ଙ୍କ ଗତିବିଧି ଉପରେ ନଜର ରଖିବାକୁ କପିଳାସ ଅଭୟାରଣ୍ୟ ରେ ଲାଗିବ ଟ୍ରାପ୍‌ କ୍ୟାମେରା !

ଢ଼େଙ୍କାନାଳ : ବାଘ ଙ୍କ ଗତିବିଧି ଉପରେ ନଜର ରଖିବାକୁ କପିଳାସ ଅଭୟାରଣ୍ୟରେ ଲାଗିବ ୬୦ ଟ୍ରାପ୍‌ କ୍ୟାମେରା।

ପ୍ରତି ଦୁଇ ବର୍ଗ କିଲୋମିଟର ପରିଧିରେ ଗୋଟିଏ ଲେଖାଏ କ୍ୟାମେରା ଖଞ୍ଜାଯିବ। ପୂର୍ବରୁ ଲାଗିଥିବା କ୍ୟାମେରାର ବିପରୀତ ପାର୍ଶ୍ୱରେ ନୂତନ କ୍ୟାମେରା ଲଗାଯିବ।ଫଳରେ ଉଭୟ ପାର୍ଶ୍ବ ରୁ ଜୀବଜନ୍ତୁଙ୍କ ଫଟୋଚିତ୍ର କଏଦ ହୋଇପାରବ। ତ୍ରୁଟି ଶୂନ୍ୟ ବାଘ ଗଣନା ପାଇଁ ଢେଙ୍କାନାଳ ଜିଲ୍ଲା ବନ ବିଭାଗ ପକ୍ଷରୁ ଏଭଳି ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ରେ କପିଳାସ ଅଭୟାରଣ୍ୟରେ କ୍ୟାମେରା ଲାଗିବା ପରେ ପର୍ଯ୍ୟାୟ କ୍ରମେ କାମାକ୍ଷାନଗର ଉପଖଣ୍ଡ ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲ ଏବଂ ହିନ୍ଦୋଳ ରେଞ୍ଜ୍‌ର କନ୍ଧରା ସଂରକ୍ଷିତ ଜଙ୍ଗଲରେ ୬୦ ଲେଖାଏ ଟ୍ରାପ୍‌ କ୍ୟାମେରା ଲଗାଯିବ ବୋଲି ନିଷ୍ପତ୍ତି ହୋଇଛି। କ୍ୟାମେରା ଲାଗିବା ପରେ ଜିଲ୍ଲାରେ କେତେ ବାଘ ଅଛନ୍ତି, ତାହାର ସ୍ପଷ୍ଟ ଚିତ୍ର ମିଳିପାରିବ।

ଏ ସଂକ୍ରାନ୍ତରେ ଜିଲ୍ଲା ବନଖଣ୍ଡ ଅଧକାରୀ ଡ. ପ୍ରକାଶ ଚାନ୍ଦ ଗୋଗନେନୀ କୁହନ୍ତି, ବାଘ ଗଣନା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏକାକାଳୀନ ବାଘର ଉଭୟ ପାର୍ଶ୍ବ ର ଫଟୋ ନେବା ନିମନ୍ତେ କପିଳାସ ଅଭୟାରଣ୍ୟରେ ଅତିରିକ୍ତ ୬୦ଟି ଟ୍ରାପ୍‌ କ୍ୟାମେରା ଲାଗିବ। ଏହାପରେ ଜିଲ୍ଲାର ଅନ୍ୟ ସଂରକ୍ଷିତ ଜଙ୍ଗଲରେ କ୍ୟାମେରା ଲଗାଯିବ। ସମସ୍ତ ତଥ୍ୟ ହସ୍ତଗତ ହେବା ପରେ ସରକାରଙ୍କୁଚୂଡ଼ାନ୍ତ ରିପୋର୍ଟପ୍ରଦାନ କରାଯିବ ।

Leave A Reply

Your email address will not be published.

4 + four =