ଢ଼େଙ୍କାନାଳ : ଭୁବନ ବ୍ଲକ ରେନନ୍ଦାପାଟଣା ଗ୍ରାମର ଯୁବ
ଗଣମାଧ୍ୟମ ପ୍ରତିନିଧି ଦୁଷ୍ମନ୍ତ ମହାନ୍ତିଙ୍କ ଏକାଦଶାହ ଅବସରରେ ସନ୍ଧ୍ୟାରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି।
ଭୁବନ ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଦୁଷ୍ମନ୍ତଙ୍କୁ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
କର୍ତ୍ତବ୍ୟ ପ୍ରତି ନିଷ୍ଠା, ଦାୟିତ୍ୱ ବୋଧ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ ପରେ ବିଜୀବିତ ରଖେ। ଦୁଷ୍ମନ୍ତ ଏହାର ଜ୍ୱଳନ୍ତ ଉଦାହରଣ ବୋଲି
ମତପ୍ରକାଶ ପାଇଥିଲା। ବରିଷ୍ଠ ସାମ୍ବାଦିକ ଅଲେଖ ଚନ୍ଦ୍ର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ମୃତିଚାରଣ ସଭାରେ ଜିଲ୍ଲା ପରଷଦି ସଦସ୍ୟ ରମେଶ ଚନ୍ଦ୍ର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ ସତ୍ୟସ୍ୱରୂପ ଦାସ, ବରିଷ୍ଠ ଖବରଦାତା ଅଥୟ ସାହୁ , ରତନ ନାୟାର, ପୂର୍ଣ୍ଣ ଚନ୍ଦ୍ର ସାହୁ, ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।