ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ସିଦ୍ଧ ବଳରାମ ଜୀଉଙ୍କ ଜନ୍ମ ପର୍ବ ପାଳନ ନିମନ୍ତେ ପ୍ରସ୍ତୁତ ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଜିଲ୍ଲାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ସିଦ୍ଧ ବଳରାମ ଜୀଉଙ୍କ ଜନ୍ମ ପର୍ବ ଆସନ୍ତା ୧୧ ତାରିଖରେ ପାଳିତ ହେବ।

ରକ୍ଷାବନ୍ଧନ ତଥା ଗହ୍ମା ପୂର୍ଣ୍ଣିମା ଅବସରରେ ଠାକରଙ୍କୁ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଏହାକୁ ଶୃଙ୍ଖଳିତ କରିବା ଲାଗି ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସରୋଜ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରି ଶ୍ରୀଜୀଉଙ୍କ ଜନ୍ମ ଉତ୍ସବ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ରାଜ ପୁରୋଧା ପଞ୍ଚାନନ ମିଶ୍ରଙ୍କ ଦ୍ୱାରା ସ୍ଥିରୀକୃତ ନୀତି ନିର୍ଘଣ୍ଟ ଅନୁଯାୟୀ , ଶ୍ରୀଜୀଉଙ୍କ ସମସ୍ତ ନିତ୍ୟପୂଜା ପୂର୍ବାହ୍ନ ୯ଟା ମଧ୍ୟରେ ସମ୍ପନ୍ନ ହେବ। ସାଢ଼େ ୯ଟାରେ ବସ୍ତ୍ରଲାଗି, ଅଳଙ୍କାର ବେଶରେ ଠାକୁର ଦର୍ଶନ ଦେବେ। ୧୦ଟାରେ ସ୍ୱନକ୍ଷତ୍ର, କଳସପୂଜା , ସାଢ଼େ ୧୦ଟା ସୁଦ୍ଧା ମଙ୍ଗଳାର୍ପଣ, ରାଜସେବା ଶେଷ ହେବ। ସ୍ୱନକ୍ଷତ୍ର ପୂଜା ପାଇଁନେବେଦ୍ୟୖ
ଭୋଗ, ଦୀପ ଉତ୍ସର୍ଗ ପୂର୍ବାହ୍ନ ୧୦ଟା ମଧ୍ୟରେ କରାଯିବ। ସେହପରି ସନ୍ଧ୍ୟା ୬ଟାରେ ଆଳତି , ଭୋଗ, ରାତି ୯ଟାରେ ନିତ୍ୟପୂଜା , ଧୂପ ଶେଷ ହେବା ପରେ ୧୧ଟାରେ ଶ୍ରୀଜୀଉଙ୍କ ପହୁଡ଼ ପଡ଼ିବ। ନୀତିକାନ୍ତି ସମୟ ରେ କୋଭିଡ୍‌ ନିୟମାବଳୀ ଅନୁପାଳନ କରାଯିବ। ଦର୍ଶକ ମନୋରଞ୍ଜନ ପାଇଁ ଭଜନ ସମାରୋହ ଅନୁଷ୍ଠିତ ହେବ। ମନ୍ଦିର ରଙ୍ଗ, ଆଲୋକ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ଆଶୁଚିକିତ୍ସା ଲାଗି ବ୍ୟବସ୍ଥା
କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ବୈଠକରେ ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ଉପ-ଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, ଅତିରିକ୍ତ ଜିଲାପାଳ (ରାଜସ୍ୱ) ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ, ସିଡିଏମ୍‌ଓ ଡା. ଅଶୋକ କୁମାର ଦାଶ, ଅତିରିକ୍ତ ଏସ୍‌ପି ପୁରୁଷୋତ୍ତମ ସେଠୀ, ଜିଲ୍ଲା ଜଗନ୍ନାଥ ଚେତନା ସଙ୍ଗଠନ ସଭାପତି ପ୍ରଦ୍ୟୁମ୍ନ ରଥ, ରାଜ୍ୟ ଲୋକକଳା ସଂଘ ଉପସଭାପତି ଅବନୀ ମିଶ୍ର ପ୍ରମୁଖ
ଆଲୋଚନାରେ ଭାଗ ନେଇ ଥିଲେ ।

Leave A Reply

Your email address will not be published.

eighteen − 16 =