ଢେଙ୍କାନାଳ: ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ବାଳ, ଓଡ଼ିଶା ଶିକ୍ଷା ସେବା ପ୍ରଥମ(କନିଷ୍ଠ)ଙ୍କର ମାର୍ଗଦର୍ଶନ ରେ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ଶିକ୍ଷକ ସାଧାରଣ ପ୍ରକୋଷ୍ଠରେ ଅପରାହ୍ଣ ୪ ଘଟିକା ସମୟରେ କୋଭିଡ-୧୯ ନିୟମ ଅନୁପାଳନରେ ଶତାୟୁ,ବି.ବି.ହାଇସ୍କୁଲ, ଢେଙ୍କାନାଳର ବରିଷ୍ଠ ସହକାରୀ ଶିକ୍ଷକ, ଚିଫ୍ ଅଫିସର, ସମର ଶକ୍ଷାର୍ଥୀ ସ୍ଥଳ ବାହିନୀ, ଷ୍ଟୁଡେଣ୍ଟ୍ ପୋଲିସ କ୍ୟାଡେଟ୍ ( ଯୁଗ୍ମ ଦାୟିତ୍ଵ)କ୍ରୀଡା, ଜୁନିୟର ରେଡକ୍ରସ୍, ବିଦ୍ୟାଳୟ ଉଦ୍ୟାନ ବିଭାଗ ଦାୟିତ୍ୱରେ ଥିବା ସୁଭାଷ କୁମାର ନନ୍ଦ, ବିଏ.ବିଏଡ ଙ୍କ ଅବସର ଗ୍ରହଣ ଉପଲକ୍ଷେ ଏକ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ବାଳ,ଓଡ଼ିଶା ଶିକ୍ଷା ସେବା ପ୍ରଥମ(କନିଷ୍ଠ) ସ୍ଵୀୟ ଅଭିଭାଷଣରେ ସୁଭାଷ ସାରଙ୍କ ବହୁବିଧ ସୁଗୁଣାବଳୀ ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ଏହା ସମସ୍ତଙ୍କ ପାଇଁ ପଥପ୍ରଦର୍ଶକ ହେଉ ଓ ସେ ବିଦ୍ୟାଳୟକୁ ଆସି ପୂର୍ବପରି ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶରେ ଅଗ୍ରଣୀ ଭୂମିକା ନିର୍ବାହ କରନ୍ତୁ ବୋଲି ଦୃଢ ଆଶା ପୋଷଣ କରିଥିଲେ ।
ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ବରିଷ୍ଠ ସହକାରୀ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ‘ମୋ ସ୍କୁଲ ଅଭିଯାନର କ୍ୟାମ୍ପେନ ଟିମ’ର ଜିଲ୍ଲା ଦଳମୁଖ୍ୟ ଡ଼ା. ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ, ସଭାର ଉଦ୍ଦେଶ୍ୟ ଜ୍ଞାପନ,ସଭା ପରିଚାଳନା ଓ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ପ୍ରଧାନଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ବାଳ,ଓଡ଼ିଶା ଶିକ୍ଷା ସେବା ପ୍ରଥମ(କନିଷ୍ଠ) ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ, ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀ ବୃନ୍ଦ ଯୋଗଦାନ କରିଥିଲେ ।ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ବିଜୟରଶ୍ମି ମିଶ୍ର, ଶ୍ୱେତପଦ୍ମା ମିଶ୍ର,ସ୍ଵର୍ଣମୟୀ ଶତପଥୀ, ଇତିଶ କୁମାର ବରାଳ,ଅନୁପମା ପଣ୍ଡା,ନୂତନ ଭାବରେ ଯୋଗଦାନ କରିଥିବା ସଂସ୍କୃତ ଶିକ୍ଷକ ଦୀପ୍ତିଶ କୁମାର ଶତପଥି ଓ କଲ୍ୟାଣି ବଡ଼ଜେନା ଶିକ୍ଷା କ୍ଷେତ୍ରରେ ତାଙ୍କର ସୁମଧୁର ସ୍ମୃତିରାଜି ଚିର ସ୍ମରଣୀୟ ହୋଇ ରହିବ ବୋଲି ମତପ୍ରକାଶ କରିଥିଲେ।
ବିଦାୟୀ ଶିକ୍ଷକ ସୁଭାଷ କୁମାର ନନ୍ଦଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ପରିଶେଷରେ କାର୍ଯ୍ୟକ୍ରମ ସଂଯୋଜକ ଡା. ଦେବୀ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।