ଢ଼େଙ୍କାନାଳ : ରାସୋଳ ଥାନା ଅନ୍ତର୍ଗତ ଜରଡା ପଞ୍ଚାୟତ ଠାରେ ସକାଳ ସମୟ ସମୟରେ ତୁମୁଳକାଣ୍ଡ ଘଟିଛି ଯାହାକି ଘଟଣା ଥାନା ପର୍ଯ୍ୟନ୍ତ ଯାଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ ହିନ୍ଦୋଳ ବ୍ଳକ୍ ରାସୋଳ ଥାନା ଅନ୍ତର୍ଗତ ଜରଡା ପଞ୍ଚାୟତକୁ ସକାଳ ସମୟ ପ୍ରାୟ ୧୦ ଘଟିକା ସମୟରେ ଜରଡା ଗ୍ରାମର ପ୍ରତାପ ସାହୁ ନାମକ ଜଣେ ବ୍ୟକ୍ତି ଯାଇଥିଲେ। ଏନ୍.ଆର୍.ଜି.ଏସ୍. କାର୍ଯ୍ୟ ଶ୍ରମିକ କରିବା ପରିବର୍ତ୍ତେ ମେସିନ୍ ଦ୍ଵାରା କିପରି କାର୍ଯ୍ୟ କରାଯାଉଛି ବୋଲି ପ୍ରତାପ ପଞ୍ଚାୟତ ଅଧିକାରୀ ଙ୍କୁ ପଚାରିଥିଲେ।
କିନ୍ତୁ ବଡ଼ ଦୁର୍ଭାଗ୍ୟଜନକ କଥା କି ପଞ୍ଚାୟତ ଅଧିକାରୀ ଏ କଥା ଶୁଣିବା ମାତ୍ରେ ଚିହିଁକି ଉଠିଥିଲେ ଏବଂ ତତ୍ କ୍ଷଣାତ୍ ଏହି ବ୍ୟକ୍ତି ଙ୍କୁ ଶୀଘ୍ର ଏଠାରୁ ଗଳାଧକ୍କା ଦେଇ ବାହାର କରିବା ସହ ମାଡ଼ ମାର ବୋଲି ଉପସ୍ଥିତ ଥିବା ବ୍ୟକ୍ତି ମାନଙ୍କୁ କହିଥିଲେ ଏବଂ ପଞ୍ଚାୟତ ଠାରେ ଉପସ୍ଥିତ ଥିବା ସରପଞ୍ଚ ଙ୍କ ଭାଇ ପ୍ରତାପ ସାହୁ ଙ୍କୁ ଘୋଷାଡି ଆଣି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ ବୋଲି ପ୍ରତାପ ରାସୋଳ ଥାନାରେ ଅଭିଯୋଗ କରିଛନ୍ତି।
ପଞ୍ଚାୟତ ଅଧିକାରୀ ଏବଂ ଏନ୍.ଆର୍.ଜି.ଏସ୍. ଦେଖେଣାହାରୀ ସାଜିବା ସହ ପ୍ରତାପ ଙ୍କୁ ମାଡ଼ ମାରିବାକୁ ଉସକାଇଥିବା ପ୍ରତାପ ଅଭିଯୋଗ କରିଛନ୍ତି। ଜରଡା ପଞ୍ଚାୟତ ଅଧିକାରୀ ଏବଂ ଏନ୍.ଆର୍.ଜିଏସ୍ ଙ୍କ ର ଏଭଳି କାର୍ଯ୍ୟ କୁ ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ଦୃଢ଼ ନିନ୍ଦା କରାଯାଇଛି। ତେବେ ଦେଖିବାକୁ ବାକି ରହିଲା ପୋଲିସ୍ ଏବଂ ବ୍ଳକ୍ ପ୍ରଶାସନ ଏଥିପ୍ରତି କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।
।