କାମାକ୍ଷାନଗର ଆଦର୍ଶ ବିଦ୍ୟାଳୟରେ ବନମହୋତ୍ସବ ପାଳିତ !

ଢ଼େଙ୍କାନାଳ: କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଜନ୍ତାରିବୋଲ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷା ପ୍ରଜ୍ଞା ପରମିତା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବନମହୋତ୍ସବ ପାଳିତ ହୋଇଯାଇଛି ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ତରଫରୁ ରାଜ୍ୟର ସମସ୍ତ ଆଦର୍ଶ ବିଦ୍ୟାଳୟରେ ଏକ ଅଭିନବ ପ୍ରୟାସରେ ବନମହୋତ୍ସବ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗରର ବନଖଣ୍ଡ ଅଧିକାରୀ ବନବିହାରୀ ସର୍ଦ୍ଦାର ଏବଂ ସମ୍ମାନିତ ଅତିଥି ଭାବେ ହିରଣ୍ୟମୟୀ ପ୍ରଧାନ, ସହାୟକ ନିର୍ଦ୍ଦେଶିକା ଉଦ୍ୟାନ ବିଭାଗ, କାମାକ୍ଷାନଗର ଯୋଗ ଦେଇଥିଲେ । ବିଦ୍ୟାଳୟର ଇଂରାଜୀ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ବେହେରା ସଭା ପରିଚାଳନା କରିଥିବାବେଳେ, ଓଡିଆ ଶିକ୍ଷକ ରଞ୍ଜିତ କୁମାର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଏତଦ୍‌ ବ୍ୟତୀତ କୋଭିଡ୍ ନିୟମକୁ ପାଳନ କରି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇ ସହଯୋଗ କରିଥିଲେ । ବର୍ତ୍ତମାନର ଦୂଷିତ ପରିବେଶରେ ବୃକ୍ଷରୋପଣର ଆବଶ୍ୟକତାକୁ ଗୁରୁତ୍ୱାରୋପ କରି ବିଦ୍ୟାଳୟକୁ ଏକ ସବୁଜ ସୁନ୍ଦର ପରିବେଶରେ ରୂପାନ୍ତରିତ କରିବା ପାଇଁ ଏଭଳି ପ୍ରୟାସ କରଯାଇଛି ବୋଲି ଅଧ୍ୟକ୍ଷା ମହାଶୟା କହିଛନ୍ତି ।କେବଳ ଗଛ ଲଗାଇ ଦେଲେ ହେବନାହିଁ, ପ୍ରତ୍ୟେକଟି ଗଛ କିପରି ବଞ୍ଚିବ ସେ ନେଇ ମଧ୍ୟ ଦୃଷ୍ଟି ଦେବାକୁ ବନାଧିକାରୀ ତାଙ୍କ ବକ୍ତବ୍ୟରେ କହିଥିଲେ । ସବୁଜ ସୁନ୍ଦର ପରିବେଶ ଛାତ୍ରଛାତ୍ରୀଙ୍କ ପାଇଁ ତଥା ବିଦ୍ୟାଳୟର ଆବଶ୍ୟକତାକୁ ଉପଲବ୍ଧି କରି ସମସ୍ତେ ସହଯୋଗ କରିବାକୁ ଶପଥ ନେଇଥିଲେ।

Leave A Reply

Your email address will not be published.

twelve − 6 =