କାମାକ୍ଷାନଗର; ବାଉଁସପାଳ ଗ୍ରାମରେ ବଧୂହତ୍ୟା ଅଭିଯୋଗ : ସ୍ବାମି ଥାନାରେ ଅଟକ !

ଢେଙ୍କାନାଳ : କାମାକ୍ଷାନଗର ଥାନା ବାଉଁସପାଳ ଗ୍ରାମ ପୁରୁଣାପାଣି ସାହିରୁ ବଧୂହତ୍ୟା ଅଭିଯୋଗ । ସବୁବେଳେ ଦେଉଥିଲେ ନିର୍ଯାତନା ଆଉ ଶେଷରେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ବଧୂ ଘର ଲୋକେ ।

ସୂଚନା ମୁତାବକ ପ୍ରାୟ ୧୦ବର୍ଷ ହେବ ପୁରୁଣାପାଣି ସାହିର ଘନଶ୍ୟାମ ବିଶ୍ୱାଳଙ୍କ ପୁଅ ସୂର୍ଯ୍ୟମଣି ବିଶ୍ୱାଳ ହିନ୍ଦୋଳ ଥାନା ବିଲେଇଖଳି ଗାଁର ଛଇଳ ଗଡନାୟକଙ୍କ ଝିଅ ସୁନିତା ଗଡନାୟକଙ୍କୁ (୩୦ବର୍ଷ) ବୈଦିକ ଋତିରେ ବିବାହ କରିଥିଲେ । ଆରମ୍ଭ ଦିନରୁ ସବୁବେଳେ ନିର୍ଯ୍ୟାତନା ଦେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହା ସହିତ ବିଭିନ୍ନ ସମୟରେ ବାପଘର ଲୋକେ ଆସି ବୁଝାସୁଝା କରି ସମାଧାନ କରି ଯାଆନ୍ତି। ଆଉ ଖବର ପାଇଲେ ଝିଅର ମୃତ୍ୟୁ ହୋଇଯାଇଛି ।

ଏପଟେ ଶାଶୂଘର ଲୋକେ କହୁଛନ୍ତି ଲୁଗାରେ ଗଛରେ ଝୁଲି ଆତ୍ମହତ୍ୟା କରିଛି ବୋହୁ। କିନ୍ତୁ ଝିଅର ପରିବାର ଲୋକେ ଆସି ଦେଖିଲା ବେଳକୁ ମୃତଦେହ ଘର ଚଟାଣରେ ଅଛି ଆଉ ବେକରେ ଦାଗ ମଧ୍ୟ ଅଛି। ଏବଂ ବାଡି ପଛପଟେ ସାଗୁଆନ ଗଛରେ ଲୁଗା ବନ୍ଧା ହୋଇ କାଟି ଦିଆଯାଇଥିବା ଦେଖିବାକୁ ମିଳିଛି। ତେଣୁ ତାକୁ ସ୍ୱାମୀ ଓ ପରିବାର ଲୋକେ ମିସି ହତ୍ୟା କରିଥିବା କାମାକ୍ଷାନଗର ଥାନାରେ ବାପଘର ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ କାମାକ୍ଷାନଗର ପୋଲିସ ପହଞ୍ଚି ମୃତକର ସ୍ବାମି ସୁର୍ଯ୍ୟମଣିକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଯାରିରଖିଛି ।

Leave A Reply

Your email address will not be published.

5 + 14 =