କାମାକ୍ଷାନଗର ; ଚାଷୀମାନେ ଅନୁମତି ନ ପାଇବାରୁ ଅମଳ ଧାନ ବିକ୍ରିରେ ଅସୁବିଧା :ଜିଲ୍ଲପାଳଙ୍କ ଦ୍ୱାରସ୍ଥ !

ଢେଙ୍କାନାଳ : କାମାକ୍ଷାନଗର ବ୍ଲକ ହରେକୃଷ୍ଣପୁର ଗ୍ରାମର ସଞ୍ଜାଦାର ଚାଷୀମାନଙ୍କୁ ଧାନ ବିକ୍ରି ପାଇଁ ଅନୁମତି ନ ମିଳିବାରୁ ସେମାନେ ବହୁତ ଅସୁବିଧା ଭୋଗ କରୁଛନ୍ତି l

ସୂଚନା ମୁତାବକ ସେମାନେ ଟ୍ରଷ୍ଟ ବିଲ ଚାଷ କରି ସଞ୍ଜା ଦେଉଛନ୍ତି l ଟ୍ରଷ୍ଟରେ ମଧ୍ୟ ଅର୍ଥ ପ୍ରଦାନର ସୁବିଧା ଅଛି l କିନ୍ତୁ ଚାଷୀଙ୍କୁ ସରକାରଙ୍କୁ ବିକ୍ରି କରିବାର ଅନୁମତି ନ ମିଳିବାରୁ ବେପାରୀମାନଙ୍କୁ ଶାଗ ମାଛ ଦରରେ ବିକ୍ରି କରି ବହୁତ କ୍ଷତି ସହିବାକୁ ପଡୁଛି l ସରକାରଙ୍କୁ ଧାନ ବିକ୍ରି କରିବା ପାଇଁ ଆମକୁ ଆମ ଜମି ମାଲିକର ଆଧାର ସମେତ ଅନ୍ୟ ଦସ୍ତାବିଜ ଆବଶ୍ୟକ କିନ୍ତୁ ଏହି ଟ୍ରଷ୍ଟରୁ ଉପରୋକ୍ତ ଦସ୍ତାବିଜ ହାସଲ କରିବାର ଚାଷୀମାନେ ଅକ୍ଷମ l

ରାଜ୍ୟ ସରକାର ଧାନ କୁଇଣ୍ଟାଲ ପ୍ରତି ୨୯୫୦ ଟଙ୍କା ପ୍ରଦାନ କରିବାକୁ ସୁପାରିଶ କରିଥିବା ବେଳେ ଏହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ l ଏବେ ସମବାୟ ସମିତି ମାଧ୍ୟମରେ ୨୦୦୦ ଟଙ୍କାରେ ଧାନ କୁଇଣ୍ଟାଲ କିଣିବାକୁ ନିଷ୍ପତି ନିଆଯାଇଛି l କିନ୍ତୁ ଚାଷୀଙ୍କୁ ବିକ୍ରି କରିବାକୁ ଅନୁମତି ନ ମିଳିବାରୁ ସେମାନେ ଅଧିକ ଟଙ୍କା ଖର୍ଚ୍ଚ କରି ଧାନ ଅମଳ କରୁଛନ୍ତି କିନ୍ତୁ କମ ଟଙ୍କାରେ ବେପାରୀଙ୍କୁ ଦେଉଛନ୍ତି l ତେଣୁ ଏହି କଥାକୁ ବିଚାରକୁ ନେଇ ସଞ୍ଜା ଚାଷୀଙ୍କୁ ଧାନ ବିକ୍ରିର ଅନୁମତି ମିଳିଲେ ସେମାନେ ଉପକୃତ ହେବେ ବୋଲି ମତପ୍ରକାଶ କରିଛନ୍ତି l ଏଥିପାଇଁ ସେମାନେ ଏକ ଲିଖିତ ଦାବି ଜିଲ୍ଲପାଳଙ୍କ ନିକଟରେ ଦାଖଲ କରିଛନ୍ତି l

Leave A Reply

Your email address will not be published.

2 × four =