ସ୍ୱାଧୀନତାର ୭୫ବର୍ଷ ପୁର୍ତି ଆଜାଦୀକି ଅମୃତ ମହୋତ୍ସବ ଅବସରରେ ତ୍ରିରଙ୍ଗା ପଦଯାତ୍ରା : ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମରେ ସାମିଲ ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ !
ଢେଙ୍କାନାଳ :ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ ଅ ସରରେ ସାରା ଭାରତ ବର୍ଷ ପାଳନ କରୁଛି ଆଜାଦୀ କି ଅମୃତ ମହୋତ୍ସବ । ତେବେ ଆସନ୍ତା ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧୩,୧୪ ଓ ୧୫ତାରିଖ ସ୍ୱାଧୀନତା ଦିବସ ଅବସରରେ ଦେଶ ବ୍ୟାପି ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତାକା ଉଡାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦି ଆହ୍ୱାନ ଦେଇଛନ୍ତ୍ି ।
ଏଥିପାଇଁ ସାରା ଦେଶ ବ୍ୟାପି ଘର ଘର କି ତ୍ରିରଙ୍ଗା ହର ଘରକି ତ୍ରିରଙ୍ଗା ସ୍ଲୋଗାନରେ ତ୍ରିରଙ୍ଗା ପଦଯାତ୍ରା ପଦଯାତ୍ରା ଆରମ୍ଭ ହୋଇଛି । ଏହି ଉପଲକ୍ଷେ ବିଶ୍ୱର ସର୍ବକନିଷ୍ଠ ସହୀଦ ବାଜିରାଉତଙ୍କ ଜନ୍ମମାଟି ଢେଙ୍କାନାଳର ଭୁବନରେ ଆଜି ଅନୁଷ୍ଠିତ ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହୋଇଥିଲେ କେନ୍ଦ୍ର ଶିକ୍ଷା ଓ ଉଦ୍ୟମିୟତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଓଡିଶା ମାଟିର ଜଣେ ଆଦିବାସୀ ସାଧାରଣ ଘରର ଝିଅ ଦେଶର ସର୍ବୋଚ୍ଚ ଆସନ ରାଷ୍ଟ୍ରପତି ପଦରେ ଅଳଙ୍କୃତ ହୋଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ସେ ଜଣାଇଛନ୍ତି । ଏହି ତ୍ରିରଙ୍ଗା ପଦଯାତ୍ରା ପାଇଁ ଭୁବନ ପାଲା ମଣ୍ଡପ ଠାରୁ ସକାଳ ୮ଟା ସମୟରେ ବାହରିଥିଲା । କେନ୍ଦ୍ର ମନ୍ତ୍ରୀ ଏଠାରେ ଯୋଗଦେଇ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏହି ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହୋଇଥିଲେ
। ପଦଯାତ୍ରା ଭୁବନ ପରିକ୍ରମ କରି ନୀଳକଣ୍ଠପୁର ସହୀଦ ବାଜିରାଉତଙ୍କ ଜନ୍ମପୀଠରେ ପହଁଚିଥିଲା । ନୀଳକଣ୍ଠପୁର ଠାରେ ସହୀଦ ବାଜିରାଉତଙ୍କ ସ୍ମୃତି ସ୍ୱମ୍ଭରେ କେନ୍ଦ୍ର ମନ୍ତ୍ରୀ ମାଲ୍ୟାର୍ପଣ କରି ସହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ଏହି ତ୍ରିରଙ୍ଗା ପଦଯାତ୍ରାରେ ଶହ ଶହ ସଂଖ୍ୟାରେ ବିଜେପି କର୍ମୀ ଓ ସ୍ୱାଧୀନତା ପ୍ରେମୀ ଓ ସଂକୀର୍ତନ ମଣ୍ଡଳୀ ଯୋଗ ଦେଇଥିଲେ । ପ୍ରତ୍ୟେକଙ୍କ ହାତରେ ତ୍ରିରଙ୍ଗା ପତାକା ସାଙ୍ଗକୁୁୁ ଦେଶାତ୍ମବୋଧ ସ୍ଲୋଗାନରେ ସାରା ଭୁବନ ଅଂଚଳ ଏକ ଦେଶ ଭକ୍ତିର ପରିବେଶ ସୃଷ୍ଟି କରିଥିଲା । ପରେ ପରେ ପୂର୍ବ÷ାହ୍ନ ୧୧ଟା ସମୟରେ ଢେଙ୍କାନାଳ ସହର ପୁରୁଣା ଜିଲ୍ଲା ପରିଷଦ ସଭାଗୃହରେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନକି ବାତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ । ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ୯୧ତମ ମନକି ବାତ୍ କାର୍ଯ୍ୟକ୍ରମ ବେଶ ଗୁରୁତ୍ୱ ବହନ କରୁଛି ବୋଲି ପ୍ରକାଶ କରିଛନ୍ତି ।
ଦେଶର ପ୍ରତ୍ୟେକ ଅଞ୍ଚଳର ପରମ୍ପରା, କୃଷି, ଜନ ସହଭାଗିତା ଓ ଅଭିନୟ ଉପାୟରେ ଅର୍ଥ ଉପାର୍ଜନ ବ୍ୟବସ୍ଥା ଆଦି ଲୋକଙ୍କ ପାକରେ ଉସ୍ଥାପିତ ହୋଇଛି । ବିଶେଷ କରି ଆଜି ପ୍ରଧାନମନ୍ତ୍ରୀ ଭାରତୀୟ ଖେଳନା ଉପରେ ଗୁରୁତ୍ୱ ଦେଇ ଥିବା ବେଳେ ଭାରତକୁ ଖେଳନା ଆମଦାନୀ କମିବାରେ ଲାଗିଛି । ଭାରତୀୟ ଖେଳନା ରପ୍ତାନି ବଢୁଥିବାରୁ ସାରା ବିଶ୍ୱରେ ଭାରତୀୟ ଖେଳନା ଚାହିଦା ସୃଷ୍ଟି କରାଯାଉଛି । ତେବେ ଏହି ସ୍ୱାଧୀନତା ୭୫ବର୍ଷ ପୂର୍ତି ଆଜାଦୀ କି ଅମୃତ ମହୋତ୍ସବ ପାଳନ ଅବସରରେ ପ୍ରତ୍ୟେକ ଘରେ ଆସନ୍ତା ୧୩ ତାରିଖରୁ ସ୍ୱାଧୀନତା ଦିବସ ଅଗଷ୍ଟ ୧୫ ତାରିଖ ତିନି ଦିନ ଧରି ଉଡିବା ପାଇଁ ପ୍ରଧାନମନ୍ତ୍ରୀ ଏହି ମନ୍ କି ବାତରେ ପ୍ରତ୍ୟେକ ଭାରତୀୟଙ୍କୁ ଆହ୍ୱାନ ଦେଇଛନ୍ତି ।
ଏପରିକି ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରୟାସ ତ୍ରିରଙ୍ଗା ଏକ ଜନ ଜାଗରଣ ସୃଷ୍ଟି କରିପାରିଥିବା ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜିର ଏହି ମନକି ବାତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପିର ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା, ଜିଲ୍ଲା ବିଜେପିର କର୍ମକର୍ତା ଓ ବିଜେଡି କର୍ମୀ ସମର୍ଥକ ମାନେ ସାମିଲ ଥିଲେ । ତେବେ ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଦେଶ ପ୍ରେମ ଜାତୟତା ଓ ଜାତୀୟ ଏକତା ପାଇଁ ବେଶ ପ୍ରୋତ୍ସାହନ ଯୋଗାଉଥିବା ପ୍ରକାଶ କରିଛନ୍ତି ବିଜେପି ଢେଙ୍କାନାଳ ଜିଲ୍ଲା ମହିଳା ମୋର୍ଚ୍ଚାର ସଭାନେତ୍ରୀ ମମତା ସ୍ୱାଇଁ ।
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ମନକି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ସାଧରଣ ଲୋକଙ୍କ ମନର କଥାକୁ ପରିପ୍ରକାଶର ଏକ ମାଧ୍ୟମ ପାଲଟି ଯାଇଛି । ଆଉ ପ୍ରତ୍ୟେକ ଭାରତୀୟ ନିଜ ନିଜ ଅଂଚଳ ପରି ସମଗ୍ର ଭାରତ ବର୍ଷର ବିଭିନ୍ନ ଅଞ୍ଚଳର କଳା,ସଂସ୍କୃତି, କୃଷି ଓ ପରମ୍ପରା ତଥା ରୋଜଗାର ମାଧ୍ୟମ ଜାଣିପାରିବାର ସୁଯୋଗ ସୃଷ୍ଟି କରିଛି ବୋଲି ପ୍ରକାଶ କରିଛନ୍ତି ।