ଢେଙ୍କାନାଳ : ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶାରଦା ପ୍ରସାଦ ମହାନ୍ତି ଅବସର ଗ୍ରହଣ କରିଛନ୍ତି । ଶ୍ରୀ ମହାନ୍ତିଙ୍କୁ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ସାହୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରି ତାଙ୍କର ସୁଖମୟ ଏବଂ ନିରାମୟ ଜୀବନ କାମନା କରିଥିଲେ ।
କାର୍ଯ୍ୟାଳୟର କର୍ମଚାରୀ ସୁବାଷ ଚନଦ୍ର୍ ବିଶ୍ୱାଳ, କୈଳାଶ ଚନ୍ଦ୍ର ଦାଶ,ଜତେନ୍ଦ୍ର ଦାସ, ଲକ୍ଷ୍ମୀଧର ସାହାଣୀ , ବିଜୟ କୁମାର ବେହେରା, ବିଦ୍ୟାଧର ବେହେରା, ଶରତ କୁମାର ବେହେରା,ହାଡିବନ୍ଧୁ ସାହୁ, ଅଜିତ ସାମଲ ମଧ୍ୟ ଶ୍ରୀ ମହାନ୍ତିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରି ତାଙ୍କର ଦୀର୍ଘାୟୁ ଓ ସୁଖମୟ ଜୀବନ କାମନା କରିଛନ୍ତି ।
ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ନୂତନ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଶ୍ରୀ ମହାନ୍ତି ୧୯୮୪ର ୨୦୧୦ ମସିହା ପର୍ଯୟନ୍ତ ଗ୍ରନ୍ଥାଗାରିକ ଭାବେ କଟକ ପଢିଆରୀ ପାଠାଗାରରେ ୨୦୧୦ରୁ ୨୦୨୧ ପର୍ଯନ୍ତ ଆଠଗଡ ଓ ବାଙ୍କୀରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଏବଂ ୨୦୨୧ ଏପ୍ରିଲ ମାସରୁ ଆଜି ପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ସୂଚାରୁ ରୂପେ କାର୍ଯ୍ୟ ତୁଲାଇ ଲୋକପ୍ରିୟତା ଅର୍ଜନ କରିପାରିଛନ୍ତି ।