ଢେଙ୍କାନାଳ :ରାଜ୍ୟ ମୃତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ଦୁଇଦିନିଆ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସି ହିନ୍ଦୋଳ ଓ ଓଡାପଡା ବ୍ଳକରେ କାର୍ଯ୍ୟକାରୀ କରାଯାଉଥିବା ଜଳବିଭାଜିକା ଓ ମହାତ୍ମା ଗାନ୍ଧୀ ଜାତୀୟ ନିର୍ତ କର୍ମ ନିଯୁକ୍ତ ଯୋଜନା(ଗଏଘଜଋଏଝ )ର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ ।
ହିନ୍ଦୋଳ ବ୍ଳକର ବଲସର, ହାତୁରା ଓ ପଡା ଗ୍ରାରେ ଆରମ୍ଭ କରାଯାଥିବା ଜଳ ବିଭାଜିକ ପ୍ରକଳ୍ପରେ ଗ୍ରାମବାସୀଙ୍କର ସାମୁହିକ ବ୍ୟବହାର ପାଇଁ ନିର୍ମାଣ କରାଯାଇଥିବା କାର୍ଯୟ ଗୁଡିକ ପରିଦର୍ଶନ କରିବ ସହ ଗ୍ରାମବାସୀମାନଙ୍କ ସହ ଏହି ଯୋଜନାର ସଫଳ କାର୍ଯ୍ୟକାରିତା ବିଷୟରେ ଆଲୋଚନା କରିଥିଲେ । ଓଡାପଡା ବ୍ଳକର ଭୁବନପୁର ଗ୍ରାମରେ ନିର୍ାଣ କରାଯାଇଥିବା କ୍ଷେତ ପୋଖରୀ ପରିଦର୍ଶନ କରି ପୋଖରୀ ହୃଡାରେ ପନିପରିବା ଚାଷ କରିବା ପାଇଁ ହିତାଧିକାରୀ ିଜୟ କୁମାର ବେହେରାଙ୍କୁ ପରାମର୍ଶ ଦେଇଥଲେ । କାଳିକାପ୍ରସାଦ ଗ୍ରାମରେ ଗତ ବର୍ଷ ଲଗାଯାଇଥିବା ୬ ହେକ୍ଟର କାଜୁ ବଗିଚା ମଧ୍ୟ ପରିଦର୍ଶନ କରି ସେଠାରେ ହିତାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । କାଜୁ ବଗିଚାରେ ଅଦା, ସାରୁ ଓ ପନିପରିବା ଅନ୍ତଫସଲ ଚାଷ କରାଯାଇଥିବା ଦେଖି ସନ୍ତୋଷ ପ୍ରକାଶ କରିଥିଲେ ।
ନିର୍ଦ୍ଦେଶକଙ୍କ ଏହି ଗସ୍ତ ସମୟରେ ଢେଙ୍କାନାଳ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ସଚିଦାନନ୍ଦ ସ୍ୱାଇଁ, ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ସନ୍ତୋଷ କୁମାର ରଥ ଓ ଓଡାପଡା ପ୍ରକଳ୍ପ କାର୍ଯ୍ୟକାରୀ ଅଧିକାରୀ ଆନନ୍ଦ ଚନ୍ଦ୍ର ଲେଙ୍କାଙ୍କ ସହ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।