ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଉମେଶ ଚନ୍ଦ୍ର ନନ୍ଦ ଓ ତାଙ୍କ ପତ୍ନୀଙ୍କୁ ସମ୍ବର୍ଦ୍ଧନା !

ଢେଙ୍କାନାଳ  : ଗତକାଲି ସଂଧ୍ୟାରେ ୯୬ ବର୍ଷ ବୟସ୍କ ବରିଷ୍ଠ ନାଗରିକ ଉମେଶ ଚନ୍ଦ୍ର ନନ୍ଦ ଓ ତାଙ୍କର ପତ୍ନୀ ସୌଭାଗିନୀ ନନ୍ଦ (୯୦) ଙ୍କୁ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ସଭାପତି ପ୍ରହଲ୍ଲାଦ ତ୍ରିପାଠୀ ପୁଷ୍ପମାଲ୍ୟ ଓ ଉତରୀୟ ପ୍ରଦାନ କରି ତାଙ୍କ ବାସଭବନ ଠାରେ ସମ୍ବର୍ଦ୍ଧିତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ଶତପଥୀ, କୃଷ୍ଣମୋହନ ସାହୁ, କୈଳସ ଚନ୍ଦ୍ର ପଟ୍ଟନାୟକ, ବୈକୁଣ୍ଠନାଥ ବେହେରା ପ୍ରମୁଖ ଉପସ୍ଥିତ ରହି ଆଶୀର୍ବାଦ ଲୋଡିଥିଲେ । ଶ୍ରୀ ନନ୍ଦ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ କିରାଣୀ ଭାବେ ୩୫ ବର୍ଷ ଚାକିରୀ କରିବା ପରେ ୧୯୮୭ରେ ଅବସର ଗ୍ରହଣ କରିଥିଲେ । ପରେ ପରେ ୫ବର୍ଷ ପାଇଁ “ମାତୃଭୂମୀ ” ଓ “ଦହନ ” ଖବରକାଗଜର ସାମ୍ବାଦିକତା କରିଥିଲେ । ବର୍ତମାନ ସେ ଚଳଚଞ୍ଚଳ ଥିବା ସହ ସମାଜସେବା କାର୍ଯ୍ୟରେ ନିଯୁକ୍ତ ଅଛନ୍ତି । ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ନନ୍ଦ ଜଣେ ଆଦର୍ଶ ଗୃହିଣୀ । ୫ଟି ପୁତ୍ର ଜନ୍ମଦେଇ ସମସ୍ତଙ୍କୁ ଉଚ୍ଚ ଶିକ୍ଷିତ କରିବା ସହ ବେଶ ଭଲ ମଣିଷ କରିପାରିଛନ୍ତି । ତାଙ୍କର ଜ୍ୟୋଷ୍ଠ ପୁତ୍ର ହେଉଛନ୍ତି ସାହିତ୍ୟିକ ମନୋରଞ୍ଜନ ନନ୍ଦ ଓ ମହିୟସୀ ମହିଳା ରେଣୁବାଳା ନନ୍ଦ ତାଙ୍କର ପୁତ୍ରବଧୂ ଅଟନ୍ତି । ବରିଷ୍ଠ ନାଗରିକମାନେ ସେପ୍ଟେମ୍ବର ୨ରେ ଥିବା ବରିଷ୍ଠ ନାଗରିକ ମଞ୍ଚର ପ୍ରତିଷ୍ଠା ଦିବସକୁ ତାଙ୍କୁ ନିମନ୍ତ୍ରଣ ଜଣାଇବା ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ।

Leave A Reply

Your email address will not be published.

5 × five =