ମଦର ନାଚୁରୋପାଥି ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ !

ଢେଙ୍କାନାଳ : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସୁନ୍ଦରୀଖାଲ ପରିସରରେ ମଦର ନାଚୁରୋପାଥି ଫାଉଣ୍ଡେସନ୍ ଟ୍ରଷ୍ଟ ତରଫରୁ କିଭଳି କୋଭିଡ୍‌-୧୯ ସହ ଅନ୍ୟାନ୍ୟ ରୋଗର ଉପଚାର ଯୋଗ, ନାଚୁରୋପାଥି ଆହାର ଏବଂ ଜୀବନଶୈଳୀ ଦ୍ୱାରା ହୋଇପାରିବ ଉଦାହରଣ ଦେଇ ବୁଝାଇଥିଲେ ।

ଏଥିରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ନାଚୁରୋପାଥୀର ରିସୋର୍ସ ପର୍ସନ୍ ବିଜୟ କୁମାର ପୃଷ୍ଟି, ଡାକ୍ତର ପ୍ରେମାନନ୍ଦ ସାହୁ କିଭଳି ଉପଚାର କରାଯିବ ତା’ର ଉଦାହରଣ ଦେଇ ବୁଝାଇଥିଲେ । ଏଥିରେ ସ୍କୁଲ୍‌ର ସଭାପତି ବାବୁସାନ୍ ମହାଳିକ୍ ମାଟି, ପାଣି, ପବନ, ଅଗ୍ନୀ, ଆକାଶ ଚିକିତ୍ସାର ନିଜର ଅନୁଭୂତି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଗୁରୁଜୀଙ୍କ ସହ ସମସ୍ତ ଗୁରୁଜୀ, ଗୁରୁମା, ସମ୍ପାଦକ ଗଗନ ବିହାରୀ ନାୟକ ଉପସ୍ଥିତ ଥିଲେ ।

ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ପିତବାସ ସାହୁ ଅତିଥି ପରିଚୟ ଦେଇଥିବା ବେଳେ ଟ୍ରଷ୍ଟି ଏବଂ ଗାନ୍ଧୀ ଅଧ୍ୟୟନ କେନ୍ଦ୍ରର କାର୍ଯ୍ୟକାରୀ ସଭାପତି ସରୋଜ ଶତପଥୀ ଧନ୍ୟବାଦ ଦେବା ସହ ଗୁରୁମା’ ମାନେ କିଭଳି ଖଦି ଶାଢୀ ପରିଧାନ କରି ପାରିବେ ସେ ବିଷୟରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.

sixteen + 1 =