ଢେଙ୍କାନାଳ : ସାଂସଦ ମହେଶ ସାହୁଙ୍କ ଦ୍ୱାରା ପ୍ରତିଷ୍ଠିତ ‘ ଆମ ପ୍ରତିଭା ଆମ ସମ୍ମାନ ‘ ଅନୁଷ୍ଠାନ ତରଫରୁ ଜିଲ୍ଲାର ଅନନ୍ୟ ପ୍ରତିଭା କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ସମ୍ମାନ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରିଆସୁଛି ।
ଚଳିତ ବର୍ଷ ଦଶମ ବୋର୍ଡ ପରିକ୍ଷାରେ ଏ1 ଗ୍ରେଡ ରଖି ଉତିନ୍ନ ହୋଇଥିବା ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀ , ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଏହି ଅନୁଷ୍ଠାନ ତରଫରୁ ସମ୍ମାନ କରାଯାଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସୋଗର ସ୍ଥିତ ଔଷଧୀୟ ଉଦ୍ୟାନ ପରିସରରେ ଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ଛାତ୍ରଛାତ୍ରୀଙ୍କୁ ମୂଲ୍ୟାଙ୍କନ ପଛରେ ନଯାଇ ଯୋଗ୍ୟତା ଭିତ୍ତିକ ଶିକ୍ଷା ଓ ଦକ୍ଷତା ବୃଦ୍ଧି ଉପରେ ଅଧିକ ଗୁରୁତ୍ବ ଦେବାକୁ ନିଜ ବକ୍ତବ୍ଯ ରେ ଜଣାଇଥିଲେ ।
ଏହି ସଭା ଉଦଘାଟନ କରିଥିଲେ ସାସଂଦ ମହେଶ ସାହୁ, ମୁଖ୍ଯ ଅତିଥି ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମୁଖ୍ଯ ବକ୍ତା ଥିଲେ ପରଜଙ୍ଗ ବିଧାୟକ ଡ. ନୃସିଂହ ସାହୁ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲ ଅତିରିକ୍ତ ଜିଲ୍ଲାପାଳ ଉଦୟନାଥ ମହାପାତ୍ର, ଉପଜିଲ୍ଲାପାଳ କାମାକ୍ଷାନଗର ଜ୍ୟୋତି ଶଙ୍କର ସାହୁ, କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ,ଏନଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା, ଭୁବନ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ, ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ କୋଦଣ୍ଡଧର ସାହୁ । ଅନୁଷ୍ଠାନ ର ସଭାପତି ପ୍ରିୟରଞ୍ଜନ ମାହୁନ୍ତ, ସମ୍ପାଦକ ଧର୍ମାନନ୍ଦ ବରାଳଙ୍କ ପୂର୍ଣ୍ଣ ସହଯୋଗ ରେ ଏହି ସଭା ସଫଳ ରୂପେ ଉଦଯାପିତ ହୋଇଥିଲା ।