ଢେଙ୍କାନାଳ : ୱାକୋଇଣ୍ଡିଆ ତରଫରୁ ସତ୍ୟବ୍ରତ ରାଏ ଷ୍ଟାଡିୟମ୍ ବେହାଲା କଲିକତା ଠାରେ ଚାଲିଥିବା ଜାତୀୟ ସ୍ତରୀୟ ଚିଲ୍ଡ୍ରେନ୍ କ୍ୟାପ୍ଟେନ୍ ଓ ଜୁନିୟର କିକ୍ ବକ୍ସିଙ୍ଗ୍ ଚମ୍ପିଅନ୍ସିପ୍ ପ୍ରତିଯୋଗୀତାର ଆର୍ମଚେର କିକ୍ ବକ୍ସିଙ୍ଗ୍ ଆସୋସିଏସନ୍ ଓଡିଶା ସହାୟତାରେ ମିହିର କୁମାର ସାନୁ ଓ ବାବି ପ୍ରତିହାରୀଙ୍କ ତତ୍ୱାବଧାନରେ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଙ୍ଗ୍ ଆସୋସିଏସନ୍ର ଦୁଇଜଣ ଛାତ୍ରୀ ସ୍ମୃତିସ୍ମିତା ଅମାନ୍ତ ମ୍ୟୁଜିକାଲ୍ ଇଭେଂଟ୍ରେ ଗୋଲ୍ଡ ମେଡାଲ୍ ଓ କିକ୍ ଲାଇଟ୍ ଇଭେଂଟ୍ରେ ସିଲ୍ଭର ମେଡାଲ ଓ ସେହିପରି ମନିସା ବେହେରା ୪୫ ଲାଇଟ୍ କଣ୍ଟାକ୍ଟ ରେ ବ୍ରୋଞ୍ଚ୍ ପଦକ ପାଇ ଢେଙ୍କାନାଳର ଗୌରବ ରକ୍ଷା କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଉପଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ପ୍ରତ୍ୟେକ ଖେଳାଳୀ ଓ କୋଚ୍ ଦ୍ୱୟଙ୍କୁ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି ଡାଇମଣ୍ଡ କିକ୍ ବକ୍ସିଙ୍ଗ୍ ଆସୋସିଏସନ୍ର ଉପସଭାପତି ସନ୍ତୋଷ କୁମାର ପରିଡା ଓ ହକି କୋଚ୍ ଫ୍ଲୋରେନ୍ସିଧା ଏକାଙ୍କ ଉପସ୍ଥିତିରେ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ସମସ୍ତ ପ୍ରତିଯୋଗୀଙ୍କୁ ଆସୋସିଏସନ୍ର ସଭାପତି ଅରବିନ୍ଦ ବେହେରା, ସଂପାଦକ କୀର୍ତିରାଣୀ ସାହୁ ଓ କୋଷାଧ୍ୟକ୍ଷ ମାନସ ରଞ୍ଜନ ଅମାନ୍ତ କୃତଜ୍ଞତା ଜ୍ଞାପନ କରିଥିଲେ ଓ ଭବିଷ୍ୟତରେ କିପରି ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଙ୍ଗ୍ ଆସୋସିଏସନ୍ରେ ଖେଳାଳୀମାନେ ଉନ୍ନତମାନର ଖେଳ ପ୍ରଦର୍ଶନ କରିବେ, ସେଥିଲାଗି ପ୍ରଚେଷ୍ଟା ଅବ୍ୟାହତ ରହିବ ବୋଲି ଘୋଷଣା କରିଥିଲେ ।