ଉଫୁନା ପକ୍ଷରୁ ବିଶ୍ୱ ବନ୍ଧୁତ୍ୱ ଦିବସ ପାଳନ !

ଢେଙ୍କାନାଳ : ଉଫୁନା ପକ୍ଷରୁ ବିଶ୍ୱ ବନ୍ଧୁତ୍ୱ ଦିବସ ରଥଗଡାସ୍ଥିତ ଉଫୁନା କାର୍ଯ୍ୟାଳୟରେ ଉଦ୍‌ଘାଟିତ ହୋଇଯାଇଅଛି ।

ରାଜ୍ୟ ସଂସ୍କୃତି ମନ୍ତ୍ରୀ ମାନ୍ୟବର ଅଶ୍ୱିନୀ ପାତ୍ର ଆଭାସୀ ଯୋଗେ ଉଦ୍‌ଘାଟନ କରି କହିଥିଲେ ଯେ, ବନ୍ଧୁ ଓ ବନ୍ଧୁତ୍ୱ ଦେଶ ଠାରୁ ମହାନ୍ । ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପୂର୍ବତନ ବିଚାରପତି  ଭିକାରୀ ଚରଣ ରାଉତ କହିଲେ ଯେ, ବିପଦ ବେଳେ ରାଜ ଦ୍ୱାରରେ, ଶ୍ମଶାନରେ ଯିଏ ସାଥିରେ ଛିଡା ହୁଅନ୍ତି, ସେ ହେଲେ ପ୍ରକୃତ ବନ୍ଧୁ ।

ଉଫୁନାର ରାଜ୍ୟ ଅଧ୍ୟକ୍ଷ ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ କହିଲେ ଯେ, ରୁଷିଆ ଓ ଭାରତ ମଧ୍ୟରେ ବନ୍ଧୁତ୍ୱ କଷଟି ପଥରରେ ପରୀକ୍ଷିତ ହୋଇଯାଇଅଛି । ବିପଦବେଳେ ଋଷ ସର୍ବଦା ଭାରତକୁ ଦୃଢ ସମର୍ଥନ ଦେଇ ଆସିଅଛି । ସମସ୍ତ ବକ୍ତା ବନ୍ଧୁତ୍ୱ ଦିବସର ତାତ୍ପର୍ଯ୍ୟତା ଉପରେ ବିଭିନ୍ନ ଦୃଷ୍ଟି କୋଣରୁ ବର୍ଣ୍ଣନା କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଡକ୍ଟର ପ୍ରମୋଦ ନାୟକ, ପରିବେଶବିତ୍  ଉପେନ୍ଦ୍ର କୁମାର ରାଉତ, ଡଃ ଶ୍ରୀନିବାସ ହୋତା, ସାନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ସମୀର ସାହୁ, ଇ. ଅବିନାଶ ଦାସ, “ଦେଶ କି ବାତ୍‌ ” ସଂଗଠନର ରାଜ୍ୟ ଆବାହକ ସରୋଜ କୁମାର ଶତପଥୀ, ଓଡିଶା ସାହିତ୍ୟ ଏକାଡେମୀର ସଭ୍ୟ କବି ବାହାଦୂର ପାଟ୍ଟସାହାଣୀ,  ଅଧ୍ୟାପିକା ମଞ୍ଜୁଶ୍ରୀ ମୂଖି, ଆଡଭୋକେଟ୍ ଦମୟନ୍ତୀ ମହାନ୍ତି, ଦେବଯାନୀ ଲେଙ୍କା, ଦ୍ୱୀପାୟନ ପଟ୍ଟନାୟକ, ଲଳିତ ରଥ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଓ ଉଫୁନାର ଅଫିସ୍ ସଂପାଦକ ବିଚିତ୍ରାନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରସାଦ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ ।

Leave A Reply

Your email address will not be published.

1 + 10 =