ଢେଙ୍କାନାଳ : ଗଁନ୍ଦିଆ ଥାନା ଅନ୍ତର୍ଗତ ଶୋଲଗାଡ଼ିଆ ଗ୍ରାମର ଟିକିଲି ପ୍ରଧାନଙ୍କ ସ୍ୱାମୀ ଚକ୍ରଧର ପ୍ରଧାନ ଆଜିକୁ ଦୁଇବର୍ଷ ହେଲା କୁଷ୍ଠ ରୋଗରେ ପୀଡିତ ଅଛନ୍ତି l
ସେ ଜଣେ ଭାଗଚାଷୀ ହୋଇଥିବା କାରଣରୁ ଆଗରୁ ଚାଷ କରି ନିଜର ପରିବାରର ଭରଣ ପୋଷଣ କରୁଥିଲେ l ଟିକିଲି ପ୍ରଧାନ ଜଣେ ଗୃହିଣୀ l କିନ୍ତୁ ତାଙ୍କ ସ୍ୱାମୀ କୁଷ୍ଠ ରୋଗରେ ପୀଡିତ ହେବା ପରେ ତାଙ୍କ ପରିବାର ଚଳିବା ବହୁତ କଷ୍ଟ ହୋଇଯାଇଛି l ତେଣୁ ସେ କହିଛନ୍ତି କି ଯଦି ତାଙ୍କ ସ୍ୱାମୀଙ୍କୁ ବିକଳାଙ୍ଗ ପ୍ରମାଣ ପତ୍ର ଦିଆଗଲେ ଏବଂ ତାଙ୍କ ଭରଣ ପୋଷଣ ପାଇଁ କିଛି ଆର୍ଥିକ ସାହାଯ୍ୟ ଜିଲ୍ଲା ରେଡ କ୍ରସ ପାଣ୍ଠି ପକ୍ଷରୁ ମିଳିଲେ ତାଙ୍କ ଜୀବନ ସୁଧୁରୀ ଯାଆନ୍ତା ଏବଂ ସେମାନେ ଭଲରେ ରହିପାରନ୍ତେ ଏଥିପାଇଁ ସେମାନେ ଏକ ଲିଖିତ ଦାବିପତ୍ର ଜିଲ୍ଲପାଳନଙ୍କୁ ଦେଇଛନ୍ତି l