ଢେଙ୍କାନାଳ : ସଦର ଥାନା ଅନ୍ତର୍ଗତ ଲୁଣି ଗ୍ରାମର ବିଧବା ମହିଳା ଶ୍ରୀମତୀ କାମିନୀ ଦାସ ( ୪୨ )ସ୍ୱାମୀ- ସ୍ବର୍ଗତ ଇଶ୍ୱରଚନ୍ଦ୍ର ଦାସ l
ଇଶ୍ୱରଚନ୍ଦ୍ର ଦାସ ଆରପାରିକୁ ଚାଲିଯିବା ପରେ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅ ତାଙ୍କ ଘରେ ରହୁଛନ୍ତି l ଏହାର ଫାଇଦା ନେଇ ତାଙ୍କ ଦେଢଶୁର ଓ ଶଶୁର ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଛନ୍ତି l ତାଙ୍କୁ ଓ ତାଙ୍କ ଦୁଇ ଝିଅକୁ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଛନ୍ତି l ତାଙ୍କ ଜାଗା ଛାଡି କାମିନୀଙ୍କ ଜାଗାରେ ଜୋରଜବରଦସ୍ତି ଘର କରୁଛନ୍ତି l ତାଙ୍କ ଘରର ଚଳିବା ରାସ୍ତାକୁ ନିଅଁ ଖୋଲି ଅବରୋଧ କରିଛନ୍ତି l ଏହାର ପ୍ରତିବାଦ କରିବାରୁ ତାଙ୍କ ଧମକ ଦେଇ କହିଛନ୍ତି ଯେ ସେ ଯଦି ଏ ବିଷୟରେ ପୋଲିସକୁ ଜଣେଇବେ ତେବେ ତାଙ୍କୁ ଜୀବନରେ ମାରିଦେବେ l
ଏଥିପାଇଁ କାମିନୀ ଦୁଇଥର ସଦର ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି ଏବଂ ତା ୧୧/୦୭/୨୦୨୨ ରିଖରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି l କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ସେ ପୁଣି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି ଏବଂ ତାଙ୍କୁ ନ୍ୟାୟ ଦେବାପାଇଁ ଗୁହାରି କରିଛନ୍ତି ॥