ଢେଙ୍କାନାଳ : ଅବାଧରେ ଧଳା ଜହର କାରବାର ଟାଉନ ଓ ଏହାର ଆଖପାଖ ଅଞ୍ଚଳରେ ଧଳାଜହର କାରବାର ଦିନକୁଦିନ ବଢୁଥବା ରେ ଲାଗିଛି। ଏହି ବ୍ରାଉନସୁଗାର ଯୋଗୁ ଯୁବକମାନେ ନିଶାସକ୍ତ ହୋଇ ଜୀବନନଷ୍ଟ ହେଉଥିଲା ବେଳେ ଏହାକୁ ନେଇ ଅବକାରୀ ବିଭାଗ ଓ ପୋଲିସ ବିଭାଗ ଚିନ୍ତା ବଢ଼ିଯାଇଛି ।
ବିଶେଷ ସୂତ୍ରରୁ ସୂଚନା ପାଇ ଅବକାରୀବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଢେଙ୍କାନାଳ ଟାଉନଥାନା ରାଧାକୃଷ୍ଣ ବଜାରରୁ ୪୦ଗ୍ରାମ ବ୍ରାଉନସୁଗାର ଜବତ ଅଭିଯୁକ୍ତ ରାହୁଲ ସାହୁକୁ ସମ୍ବଲପୁର ଏକ୍ସସାଇଜ ଗୁଇନ୍ଦାଟିମ ପକ୍ଷରୁ ରାଧାକୃଷ୍ଣ ବଜାରରେ ଚଢାଉକରି ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତ ରାହୁଲ ସାହୁ ମାଣ୍ଡବା ସାହିର ବୋଲି ଜଣାପଡିଛି। ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୁଲ୍ୟ ୪ଲକ୍ଷ ଟଙ୍କା l ଗତ ଦୁଇ ଦିନ ହେଲା ସମ୍ବଲପୁର ଏକ୍ସସାଇଜ କମିଶନର ରାଜେନ୍ଦ୍ର ଭୋତ୍ରା ଙ୍କ ପ୍ରତକ୍ଷ ତତ୍ୱାବଧାରେ ଏହି ସର୍ଚ୍ଚ ଅପରେସନ ଚାଲୁ ରହିଥିଲା l
ଏକ୍ସସାଇଜ ଇନ୍ସପେକ୍ଟର ପ୍ରମୋଦ ପଣ୍ଡା ଏହି ବ୍ରାଉନ ସୁଗାର କାରବାର ଲିପ୍ତ ଥିବା ଯୁବକକୁ ସକାଳେ ମlଣ୍ଡପା ସାହି ନିକଟରେ ଥିବା ଏକ ମଠ ରୁ କାବୁ କରିଥିଲେ l ଏହି କାରବାରରେ ଆହୁରି ଅନେକ ଯୁବକ ସଂଶ୍ଲିଷ୍ଟ ରହିଛନ୍ତି ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କମିଶନର ଭୋତ୍ରା କହିଛନ୍ତି ।