ନିରୀହ ଗରିବ ଅସହାୟ ବୃଦ୍ଧା ମହିଳା ଙ୍କ ଶବ ସତ୍କାର ପାଇଁ ଆଗେଇ ଆସିଲେ, ସ୍ବେଛାସେବୀ !

ଢ଼େଙ୍କାନାଳ: କାମାକ୍ଷାନଗର ବ୍ଲକ ତୁମୁସିଙ୍ଗl ଥାନା ଅନ୍ତର୍ଗତ ଆମ୍ବଖୋଲ କାଟେଣି ଗ୍ରାମର ଝିଟା ନାଏକ ପୂର୍ବାହ୍ନ ସମୟରେ ଢେଙ୍କାନାଳ ହସ୍ପିଟାଲ ରେ ଦେହତ୍ୟାଗ କରିଛନ୍ତି l ଗତ କିଛି ଦିନ ଧରି, ଢେଙ୍କାନାଳ ହସ୍ପିଟାଲର ଡାଇରିଆ ୱାର୍ଡର, ୧୨ ନମ୍ବର ବେଡ଼ରେ ରହି ଚିକିତ୍ସିତ ହେଉଥିଲେ l

ତାଙ୍କର ଆର୍ଥିକ ଅନଟନ ଓ ସାମାଜିକ ବାସନ୍ଦ ଯୋଗୁଁ, ତାଙ୍କ
ବୃଦ୍ଧା ସ୍ୱାମୀଙ୍କ ଅନୁରୋଧ କ୍ରମେ, ରେଡକ୍ରସ ସ୍ଵେଚଛାସେବୀ କବିତା ବେହେରାଙ୍କ ଠାରୁ ଖବର ପାଇବା ପରେ, ଜିଲ୍ଲା ରେଡ଼କ୍ରସ ସୋସାଇଟ୍ ଆଜୀବନ ସଭ୍ୟ ତଥା ପlଟ୍ରୋନ ରୋଟରିଆନ ରାଜ କିଶୋର ବେହେରା ଓ ସାଇ ସେବା ଟ୍ରଷ୍ଟ ପକ୍ଷରୁ ଶିବ ପ୍ରସାଦ ପଣ୍ଡା ସହଯୋଗର ହାତ ବଢ଼ାଇଥିଲେ l

ମୃତା ମହିଳା ଝିଟା ନାଏକ ଙ୍କ ସ୍ବାମୀ ଗିରିଧାରୀ ନାଏକ, କନିଷ୍ଠ ପୁତ୍ର ମଙ୍ଗରାଜ ନାଏକ ଓ ନାତି ଜଗବନ୍ଧୁ ନାଏକ ଙ୍କ ଉପସ୍ଥିତିରେ, ପୂର୍ଣ୍ଣ ବିଧି ମୁତାବକ ସ୍ଥାନୀୟ ମହିଷlପାଟ ସ୍ଥିତ ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା l ସ୍ବାମୀ ଗିରିଧାରୀ ମୁଖାଗ୍ନି ଦେଇଥିଲେ । ପରେ ନିରାଶ୍ରୟ ଓ ଅସହାୟ ଗିରିଧାରୀ ଙ୍କୁ ଶୌଚାଦି କରାଯାଇ, ନୂତନ ବସ୍ତ୍ର ପ୍ରଦାନ ପୂର୍ବକ, ସ୍ବେଛାସେବୀ ସଂଗଠନ ଐରା ଦ୍ଵାରା ପରିଚାଳିତ ବରିଷ୍ଟ ନାଗରିକ ଗୃହରେ ଛଡ଼ା ଯାଇଥିଲା l

ଏହି ମହତ୍ କାର୍ଯ୍ୟରେ ରେଡକ୍ରସ ରାପିଡ ରେଷ୍ପନସ ଗ୍ରୁପ ର ଦିଲ୍ଲୀପ ସାହାଣୀ, ରାମେଶ୍ବର ମାଇତି, ପଦ୍ମନାଭ ନାୟକ, ସାଇ ସେବା ଟ୍ରଷ୍ଟ ପକ୍ଷରୁ ସୁବାସ ଦାସ, ରଘୁନନ୍ଦନ ସାହୁ, ସୁବୋଧ ସିଂହ, ରମାକାନ୍ତ ପତି, ଲକି ନାଥ, ମହମ୍ମଦ ନସିମ ଓ ବିଚିତ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ l

Leave A Reply

Your email address will not be published.

12 − 11 =