ଢେଙ୍କାନାଳ : ଭୁବନ ଥାନା ଛକରେ ଦୁର୍ଘଟଣାର ଶିକାର ହୋଇ କଟକ ବଡ ଡାକ୍ତରଖାନା ରେ ଚିକିତ୍ସା ହେଉଥିବା ଛାତ୍ରୀ ଙ୍କ ଚିକିତ୍ସା ପାଇଁ ସାହାଯ୍ୟ ର ହାତ ବଢାଇଲା କଟକ ସେବା ସଙ୍ଗଠନ ।
ସୂଚନା ମୁତାବକ ଭୁବନ ବ୍ଲକ କୁନିନ୍ଦା ପଞ୍ଚାୟତର କୁମୁରୁସିଂହା ବାସିନ୍ଦା ସ୍ବର୍ଗତ କହେଁଇ ବାରିକ ଙ୍କ ୩ ଝିଅ ଙ୍କ ମଧ୍ୟ ରୁ ଲିଙ୍କିନା ବାରିକ ମଝିଆ ଝିଅ , ବଡ ଝିଅ ଲକି ବାରିକ ଓ ସାନ ଝିଅ ରୁଚିସ୍ମିତା ଙ୍କ ଛାଡ ଆଉ ଦୁନିଆ ରେ ତାଙ୍କ ର କେହିନାହାନ୍ତି । ଭୁବନ ର ତୃପ୍ତି ପାଠାଗାର ସାହାଯ୍ୟ ର ହାତଵଢାଇଥିଲା , ପରେ ଏହି କାର୍ଯ୍ୟ କୁ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି । ଏହି ୩ କନ୍ୟା ଙ୍କୁ ପାଳିତ କନ୍ୟା ଭାବେ ପାଳନ କରୁଥିଲେ। କିନ୍ତୁ ଦୁଷ୍ମନ୍ତ ଦୁର୍ଘଟଣା ର ଶିକାର ହୋଇ ମୃତ ବରଣ କରିବା ପରେ ପୁଣି ୩ ଭଉଣୀ ବେସାହାରା ହୋଇଯାଇଛନ୍ତି ।
କଟକ ରେ ଚିକିତ୍ସା ପାଇଁ ଅର୍ଥ ର ଅଭାବ ଦେଖାଦେଇଛି । ବଡଭଉଣୀ ଲକି ବଡ଼ କଷ୍ଟ ରେ ଲିଙ୍କିନା ର ଚିକିତ୍ସା କରୁଥିବା ଜାଣି ପାରିଥିଲେ ଯଶୋବନ୍ତ ବେଉରା । ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ନିମନ୍ତେ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ଲିଙ୍କିନା ର ଅପରେସନ ରେ ମଧ୍ୟ ଅନୁଷ୍ଠାନ ପକ୍ଷରୁ ସହଯୋଗ କରାଯାଇଛି।