ଢେଙ୍କାନାଳ : ସହରସ୍ଥିତ କାଲଟାକ୍ସ ଷ୍ଟେଶନ ବଜାର ଅଞ୍ଚଳରେ ଥିବା ଷେ୍ଟଟ ବ୍ୟାଙ୍କ ଅଫ ଇଣ୍ଡିଆର ଏକ ଏଟଏମି କୁ ବିଳମ୍ବିତ ରାତରେ ଲୁଟ୍ ଉଦ୍ୟମ କରୁଥିବା ବେଳେ ଟାଉନଥାନା ପୋଲିସ ଚଢାଉ କରି ୨ ଜଣଙ୍କୁଗିରଫ କରିଛି।
ଗିରଫ ଦୁଇ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲା ଆସ୍କା ଅଞ୍ଚଳର ଶୁଭମ ଜେନା ଓ ଢେଙ୍କାନାଳ ସଦର ଥାନା ବେବତାକାଟେଣୀ ଗ୍ରାମର ରାକେଶ ପରଡା। ଉଭୟେ କଟକ ଜିଲା ଖୁଣ୍ଟୁଣୀ ଠାରେ ଥିବା ଏକ ପଲିଟେକ୍ନିକ ଶିକ୍ଷାନଷ୍ଠାନରୁ ଶେଷବର୍ଷର ଛାତ୍ର ବୋଲି ପୋଲିସ ତଦନ୍ତରୁ ଜଣାପଡିଛି। ଅଭିଯୁକ୍ତ ଶୁଭମ, ରାକେଶଙ୍କ ଘରେ ରହି ପଢୁ ଥିଲେ। ୬ଦିନ ଆଗରୁ ଉଭୟେ ଏଟଏମି ରୁଟଙ୍କା ଲୁଟ୍ କରିବା ପାଇଁ ଯୋଜନା ପ୍ରସ୍ତୁତ କରି ସହରସ୍ଥିତ ଶାସନ ଅଞ୍ଚଳରୁ ଏକ କଟର ମେଶିନ ଓ ବିଭିନ୍ନ ଉପକରଣ କିଣିଥିଲେ।
ବିଳମ୍ବିତ ରାତିରେ ଉଭୟେ ଶର୍ଟର ଉଠାଇ ଏଟଏମି ଭିତରେ ପଶି ଏଟଏମି କାଟିଥିଲେ। ଏ ସର୍ମ୍ପକରେ ମହାରାଷ୍ଟ୍ରର ପୁନେରୁ ଟେଲଫୋନ ଯୋଗେ ମେସେଜ ମିଳିବା ପରେ ଏସ୍ପିଙ୍କ ନିର୍ଦ୍ଦେଶ ରେ ସଦର ଏସ୍ଡିପିଓ ବିକାଶ ବେଉରାଙ୍କ ତତ୍ତ୍ୱାବଧାନରେ ଟାଉନ ଥାନା ଅଧକାରୀ ରାଜେନ୍ଦ୍ର ମହାପାତ୍ର ଓ ଏସଆଇ ଚନ୍ଦ୍ରକାନ୍ତ ସେଠୀ ଚଢାଉ କରିଥିଲେ। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କଟର ମେଶିନ ଓ ଅନ୍ୟ ଉପକରଣ ଜବତ କରିଥିଲେ। ଏ ସଂକ୍ରାନ୍ତରେ ଟାଉନ
ଥାନାରେ ନଂ .୪୩୨ା୨୨ରେଏକ ମାମଲା ରୁଜୁ କରାଯିବା ସହ ନ୍ୟାୟିକ ହାଜତ କୁ ପଠାଇ ଦିଆଯାଇଛି ।