ଭୁବନ ବ୍ଲକରେ ଜିଲ୍ଲାପାଳ ଙ୍କ ଉପସ୍ଥିତିରେ ଜନ ଅଭିଯୋଗ ଶୁଣାଣି !

ଢେଙ୍କାନାଳ  : ଭୁବନ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ପ୍ରଶାସନ ପକ୍ଷରୁ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳ ସରୋଜ କୁମାର ସେଠୀ ଉପସ୍ଥିତ ରହି ବ୍ଲକର ବିଭିନ୍ନ ସ୍ଥାନମାନଙ୍କରୁ ଆସିଥିବା ଲୋକମାନଙ୍କର ଅଭିଯୋଗମାନ ଶୁଣାଣି କରିଥିଲେ । ଶିବିରରେ ମୋଟ୍ ୭୨ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ପାଇଁ ୬୨ଟି ଅଭିଯୋଗ, ଗ୍ରାମ ସମସ୍ୟା ସମ୍ପର୍କୀତ ୪ଟି ଅଭିଯୋଗ, ରେଡକ୍ରସ୍ ପାଣ୍ଠିରୁ ସହାୟତା ପାଇଁ ୬ ଟି ଅଭିଯୋଗ ପତ୍ର ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଶିବିରରେ ୫୯ଟି ଅଭିଯୋଗର ଫଇସଲା କରାଯାଇଥିଲା ।

ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ, କାମାକ୍ଷାନଗର ଉପଜିଲାପାଳ ଜ୍ୟୋତି ଶଙ୍କର ସାହୁ, ପି.ଜି. ସେଲ ଅଫିସର ଲଳିତ ମୋହନ ଚୌଧୁରୀ, ଏସ.ଆର.ଏ. ଗୋପୀନାଥ ମହାଳିକ, ଭୁବନ ବିଡ଼ିଓ, ଭୁବନ ତହସିଲଦାର, ଭୁବନ ବ୍ଲକ ଅଧ୍ୟକ୍ଷ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

2 × three =