କାଉଡି ଯାତ୍ରାର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ !

ଢେଙ୍କାନାଳ : ଚଳିତ ବର୍ଷ ପ୍ରଭୂ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ କପିଳାସ ପୀଠ ଠାରେ ଜଳଲାଗି ନିମନ୍ତେ ଅଧିକ ଶ୍ରଦ୍ଧାଳୁ ଆଗମନ ହେତୁ କାଉଡି ଯାତ୍ରାର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳ ସରୋଜ କୁମାର ସେଠୀ ନିର୍ଦ୍ଦେଶ ଦେଇଛନ୍ତି ।

ପୀଠକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ଠାରୁ କୌଣସି ପରିସ୍ଥିତିରେ ଗାଡି ପାର୍କିଂ ପାଇଁ ଧାର୍ଯ୍ୟ ମାହାସୁଲ ଠାରୁ ଯେପରି ଅଧିକ ଦେୟ ନ ନେବେ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ନୂତନ ଟୋଲ ଗେଟ ନ କରି ନିର୍ଦ୍ଧାରିତ ଟୋଲ ଗେଟକୁ ପୂର୍ବବତ କାର୍ଯ୍ୟକାରି କରିବାକୁ କହିଛନ୍ତି । କପିଳାସ ଠାରେ ସ୍ଥାୟୀ ପାର୍କିଂ ନିମନ୍ତେ ବିହିତ ବ୍ୟବସ୍ଥା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି . ପୀଠର ବାରବାଙ୍କ ଓ ପାହାଚ ରାସ୍ତାରେ ପର୍ଯ୍ୟାପ୍ତ ଆଲୋକିକରଣ ନିମନ୍ତେ ବ୍ୟବସ୍ଥା କରିବାକୁ ସେ କହିଛନ୍ତି ।

ଜଳ ଲାଗି ଦିନ କାଉଡିଆ ଓ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ପୀଠରେ ଆଶୁ ଚିକିତ୍ସା ଓ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯିବ । ପୀଠର ପରିଷ୍କାର ପରିଚ୍ଛନ୍ନତା ଓ ବିଶୋଧନ ନିମନ୍ତେ ବିଶେଷ ଧ୍ୟାନ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ଠାରେ ହୋଇଥିବା ଆଲୋଚନା ବେଳେ ସଦର ଉପଜିଲ୍ଲାପାଳ ତଥା ଦେବୋତର ଅଧିକାରୀ ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ,ଏସଡିପିଓ ବକାଶ କୁମାର ବେହୁରା, ଗଁଦିଆ ବିଡିଓ ଆଶିଷ ରଞ୍ଜନ ସାହୁ, ଗଁଦିଆ ସରପଞ୍ଚ ବିଜୟ କୁମାର ଦେହୁରୀଙ୍କ ସମେତ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

fifteen + seventeen =