ଜିଲ୍ଲାସ୍ତରୀୟ ଜଳ ଶକ୍ତି କେନ୍ଦ୍ର ଉଦଘାଟିତ !

ଢେଙ୍କାନାଳ : ଜିଲ୍ଲାରେ ଥିବା ବିଭିନ୍ନ ଜଳାଶୟ ଗୁଡିକର ଉନ୍ନତିକରଣ, ପୁନରୁଦ୍ଧାର ଓ ନୂତନ ଜଳାଶୟ ଚିହ୍ନଟ ନିମନ୍ତେ ଆଜି କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ ପରିସର ମଧ୍ୟରେ ଜନସାଧାରଣଙ୍କ ପାଇଁ ଏକ ଜଳଶକ୍ତି କେନ୍ଦ୍ର ଉଦଘାଟିତ ହୋଇଯାଇଛି ।

ଜିଲ୍ଲାପାଳ ସରୋଜ କୁମାର ସେଠୀ ଏହି କେନ୍ଦ୍ରକୁ ଉଦଘାଟନ କରିଛନ୍ତି । ବର୍ଷା ଜଳ ସଂରକ୍ଷଣ ଠାରୁ ଆରମ୍ଭ କରି ଏହି ଅଭିଯାନ ମାଧ୍ୟମରେ ବିଭି୍‌ନ୍ନ ଯୋଜନାରେ ଜିଲ୍ଲାରେ ଥିବା ଜଳାଶୟ ଗୁଡିକର ବିକାଶ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଏହି ଜଳ ସଂରକ୍ଷଣ ଅଭିଯାନରେ ଜିଲ୍ଲାରେ ଥିବା ଚେକ୍ ଡ୍ୟାମ,କେନାଲ, ପୋଖରୀ, ଟ୍ରେଞ୍ଚ , ସୋକପିଟ, ରିଚାର୍ଜ ଷ୍ଟ୍ରକଚର, ବ୍ୟକ୍ତିଗତ ଫାର୍ମ ପଣ୍ଡ ଆଦିର ଉନ୍ନତି ବିଧାନ ସହିତ ଜଳ ସଂରକ୍ଷଣର ବ୍ୟବସ୍ଥା କରାଯିବ ।

ଢେଙ୍କାନାଳ ଜିଲ୍ଲାରେ ଏହି ଜିଲ୍ଲା ସ୍ତରୀୟ ଜଳ ଶକ୍ତିକେନ୍ଦ୍ର ଜଳ ସଂରକ୍ଷଣରେ ବିଶେଷ ସହାୟକ ହେବ ବୋଲି ଜିଲ୍ଲାପାଳ ଆଶା ବ୍ୟକ୍ତ କରିଛନ୍ତି । ଏହି ଜଳ ଶକ୍ତି କେନ୍ଦ୍ର ଉଦଘାଟନ ସମୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟନିର୍ବାହୀ ସାଫଲ୍ୟ ମଣ୍ଡିତ ପ୍ରଧାନ, କ୍ଷୁଦ୍ର ଜଳସେଚନର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁଙ୍କ ସମେତ କ୍ଷୁଦ୍ର ଜଳସେଚନର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

5 × 1 =